ଭୁବନେଶ୍ୱର, ୨୪/୦୫: ଓଡ଼ିଶାକୁ ସମ୍ଭାବ୍ୟ ବାତ୍ୟା ନେଇ କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସ୍ପଷ୍ଟ କରିଛି ଆଇଏମଡି। ଆଇଏମଡି କହିଛି ଯେ, ବାତ୍ୟା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଗୁଜବ। ଓଡ଼ିଶାକୁ ଏବେ ବାତ୍ୟା ବିପଦ ନାହିଁ।
୨୭ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏହି ଲଘୁଚାପ ଆହୁରି ଘନୀଭୂତ ହେବ। ଯାହା ପ୍ରଭାବରେ ମେ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତା ୭ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ସମଗ୍ର ରାଜ୍ୟରେ ରହିବ। ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।