ଏନକାଉଣ୍ଟରରେ ନିପାତ ଟପ୍ ମାଓ କମାଣ୍ଡର ତୁଳସୀ ଭୂୟାଁ

ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ, ସର୍ଚ୍ଚ ଅପରେସନ ଜାରି

ଝାଡ଼ଖଣ୍ଡ, ୨୭/୦୫: ମାଓ ବିରୋଧୀ ଅପରେସନରେ ସୁରକ୍ଷାବାହିନୀଙ୍କୁ ମିଳିଛି ବଡ଼ ସଫଳତା। ଝାଡ଼ଖଣ୍ଡ ପୁଲିସ ହାତରେ ନିପାତ ହୋଇଛି ଜଣେ ହାର୍ଡକୋର ମାଓବାଦୀ। ମଙ୍ଗଳବାର ପାଲାମୁ ଜିଲ୍ଲାରେ ଝାଡ଼ଖଣ୍ଡ ଜାଗୁଆର ଏବଂ ପାଲାମୁ ପୁଲିସର ମିଳିତ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓ କମାଣ୍ଡର ତୁଳସୀ ଭୂୟାଁ ନିପାତ ହୋଇଛି। ଏହା ସହ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।

ଆଜି ସକାଳୁ ଆରମ୍ଭ ହୋଇଥିବା ଏହି ଅପରେସନରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ଘଟଣାସ୍ଥଳରୁ ମାଓ କମାଣ୍ଡର ତୁଳସୀ ଭୂୟାଁର ମୃତଦେହ ଉଦ୍ଧାର କରାଯିବା ସହିତ ଏକ ଏସଏଲଆର ମଧ୍ୟ ଉଦ୍ଧାର କରାଯାଇଛି।