୨୦୨୫ରେ ଓଡିଶାରେ କୋଭିଡ ନେଲା ପ୍ରଥମ ଜୀବନ
ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯୫କୁ ବୃଦ୍ଧି
ଓଡ଼ିଶାରେ ଆଜି ୩ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୦୧/୦୬: ତିନି ବର୍ଷ ପରେ ମୁଣ୍ଡ ଟେକିଥିବା କରୋନାରେ ରାଜ୍ୟରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନାରେ ସଂକ୍ରମିତ ହେବାର ୪ ଦିନ ପରେ ଶନିବାର ଓଡ଼ିଶାରେ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି।
ପ୍ରାୟ ୮୦ ବର୍ଷ ବୟସ୍କ ଏହି ରୋଗୀଙ୍କର କୋମର୍ବିଡିଟି ରୋଗ ଥିଲା ବୋଲି ଗଣମାଧ୍ୟମରିପୋର୍ଟରେ କୁହାଯାଇଛି। ତେବେ କୋଭିଡ୍-୧୯ ସଂକ୍ରମଣରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ।
ଆଜି ଓଡ଼ିଶାରେ ୩ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯୫କୁ ବୃଦ୍ଧି ପାଇଛି।