ଆଜି ବିଶ୍ୱ ଅଭିଭାବକ ଦିବସ

‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ ଜାଣନ୍ତୁ କେବେ ଓ କିପରି ଆରମ୍ଭ ହୋଇଥିଲା ଏଇ ଦିବସ

ଆଜିର ତାରିଖ ୧ ଜୁନ ୨୦୨୫

୧. ବିଶ୍ୱ ଅଭିଭାବକ ଦିବସ:- ସାରା ବିଶ୍ୱରେ ‘ବିଶ୍ୱ ଅଭିଭାବକ ଦିବସ’ ପାଳନ କରାଯାଇଥାଏ। ୧୯୮୦ ଦଶକରେ ମିଳିତ ଜାତିସଂଘ ପରିବାର ସହ ଜଡ଼ିତ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲା। ୧୯୮୩ ମସିହାରେ ଅର୍ଥନୈତିକ ଏବଂ ସାମାଜିକ ପରିଷଦର ସୁପାରିସକୁ ଆଧାର କରି ସାମାଜିକ ବିକାଶ ଆୟୋଗ ବିକାଶ ପ୍ରକ୍ରିୟାରେ ପରିବାରର ଭୂମିକା ଉପରେ ନିଷ୍ପତ୍ତି ନେଇ ୯ ଡିସେମ୍ବର ୧୯୮୯ର ୪୪/୮୨ ରିଜୋଲ୍ୟୁଶନରେ ସାଧାରଣ ସଭା ୧୯୯୪ କୁ ପରିବାରର ଅନ୍ତର୍ଜାତୀୟ ବର୍ଷ ଭାବରେ ଘୋଷଣା କଲା। ୧୯୯୩ର ରିଜୋଲ୍ୟୁଶନ ୪୭/୨୩୭ରେ, ସାଧାରଣ ସଭା ସ୍ଥିର କଲା ପ୍ରତିବର୍ଷ ୧୫ ମେ’ ଅନ୍ତର୍ଜାତୀୟ ପରିବାର ଦିବସ ଭାବରେ ପାଳନ କରାଯିବ। ୨୦୧୨ରେ, ସାଧାରଣ ସଭା ମାତାପିତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ୧ ଜୁନ୍‌କୁ ବିଶ୍ୱ ଅଭିଭାବକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ମାତାପିତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ଓ ସନ୍ତାନଙ୍କ ପାଇଁ ତାଙ୍କ ବଳିଦାନକୁ ମନେପକାଇ ତାଙ୍କ ନିମନ୍ତେ ଏହି ଦିନକୁ ପାଳନ କରାଯାଇଥାଏ।

୨. ବିଶ୍ୱ ଦୁଗ୍ଧ ଦିବସ:- ଦୁଗ୍ଧକୁ ଏକ ବିଶ୍ୱ ସ୍ତରୀୟ ଖାଦ୍ୟ ଭାବରେ ମହତ୍ତ୍ବ ପ୍ରଦାନ କରିବା ପାଇଁ ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଏବଂ କୃଷି ସଂଗଠନ (FAO)ଦ୍ୱାରା ବିଶ୍ୱ ଦୁଗ୍ଧ ଦିବସର ପରିକଳ୍ପନା କରାଯାଇଥିଲା। ଏହି ଆନ୍ତର୍ଜାତୀୟ ଦିବସ ୨୦୦୧ ମସିହାଠାରୁ ପରଠାରୁ ପ୍ରତିବର୍ଷ ଜୁନ୍ ୧ ତାରିଖରେ ପାଳନ କରାଯାଇଆସୁଛି। ସେହି ବର୍ଷ ମଧ୍ୟରେ ବିଶ୍ୱର ଅନେକ ଦେଶ ଏକ ଦୁଗ୍ଧ ଦିବସ ପାଳନ କରିଆସୁଥିଲେ। ତେଣୁ ସେହି ବର୍ଷଠାରୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଇ ଆସୁଛି।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

ସତ୍ୟେନ୍ଦ୍ରନାଥ ଟାଗୋର (୧ ଜୁନ ୧୮୪୨ – ୯ ଜାନୁଆରୀ ୧୯୨୩), ଲେଖକ ଏବଂ ଭାଷାବିତ୍ ରବୀନ୍ଦ୍ରନାଥ ଟାଗୋରଙ୍କ ବଡ଼ ଭାଇ। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯିଏ କି ଭାରତୀୟ ସିଭିଲ ସର୍ଭିସରେ ଯୋଗ ଦେଇଥିଲେ।

୨. ନର୍ଗିସ ଦତ୍ତ (୦୧ ଜୁନ ୧୯୨୯ – ୦୩ ମଇ ୧୯୮୧), ଜଣେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ। ମାତ୍ର ୬ ବର୍ଷ ବୟସରେ ଶିଶୁ କଳାକାର ଭାବରେ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ତାଲାଶ-ଏ-ହକ୍ କରିଥିଲେ, ପରେ ୧୯୪୨ ମସିହାରେ ସେ “ତମନ୍ନା” ଚଳଚ୍ଚିତ୍ରରେ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ। ସେ ହେଉଛନ୍ତି ପ୍ରଥମ ଚଳଚ୍ଚିତ୍ର ଅଭିନେତ୍ରୀ ଯିଏ କି ୧୯୫୮ ରେ ପଦ୍ମଶ୍ରୀ ଉପାଧି ପାଇଥିଲେ।

୩. ଅଶୋକ କୁମାର (୧ ମଇ ୧୯୫୦), ଜଣେ ଭାରତୀୟ ପୂର୍ବତନ ପେସାଦାର ଫିଲ୍ଡ ହକି ଖେଳାଳି ଏବଂ ଭାରତୀୟ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ପୁଅ। ତାଙ୍କୁ ୧୯୭୪ରେ ଅର୍ଜୁନ ପୁରସ୍କାର ମିଳିଥିଲା। ୨୦୧୩ମସିହାରେ ଉତ୍ତରପ୍ରଦେଶ ସରକାର ତାଙ୍କୁ ୟଶ ଭାରତୀ ସମ୍ମାନରେ ସମ୍ମାନିତ କରିଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ନାନା ପାଲଶିକର (୧୯୦୭ – ୧ ଜୁନ ୧୯୮୪), ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା ଯିଏ କି ୮୦ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ୧୯୩୫ ମସିହାରେ ଧୁୱନ୍ଧର ଚଳଚ୍ଚିତ୍ର ଜରିଆରେ ଚଳଚ୍ଚିତ୍ର ଜଗତରେ ପଦାର୍ପଣ କରିଥିଲେ। ପାଲଶିକର ୧୯୬୨ ଏବଂ ୧୯୬୫ରେ ଦୁଇଥର ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ।

୨. ନୀଲମ ସଞ୍ଜୀବ ରେଡ୍ଡୀ (୧୯ ମଇ ୧୯୧୩ – ୧ ଜୁନ ୧୯୯୬), ଭାରତର ଷଷ୍ଠ ରାଷ୍ଟ୍ରପତି। ୧୯୭୭ରୁ ୧୯୮୨ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ସେ ସର୍ବକନିଷ୍ଠ ଭାରତୀୟ ରାଷ୍ଟ୍ରପତି ଥିଲେ। ସେ ଆନ୍ଧ୍ରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଥର ଲୋକସଭାର ବାଚସ୍ପତି ଏବଂ ଜଣେ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୮୩୫ – କଲିକତା ମେଡିକାଲ କଲେଜରେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା।

୧୮୭୪ – ଏହି ଦିନ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଭାଙ୍ଗି ଦିଆଯାଇଥିଲା।

୧୯୨୨ – ଏହି ଦିନ ରୟାଲ ଅଲଷ୍ଟର ପୋଲିସ ଆନୁଷ୍ଠାନିକ ଭାବରେ ସ୍ଥାପିତ ହୋଇଥିଲା।

୧୯୩୦ – ଭାରତର ପ୍ରଥମ ଡିଲକ୍ସ ଟ୍ରେନ୍ ଡେକାନ କୁଇନ୍ ବମ୍ବେ ଭିଟି ରୁ ପୁଣେ ମଧ୍ୟରେ ଚାଲିଥିଲା।

୧୯୬୫ – ଜାପାନର ଫୁକୁଓକା ଅଞ୍ଚଳରେ ଏକ କୋଇଲା ଖଣି ବିସ୍ଫୋରଣରେ ପ୍ରାୟ ୨୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା।

୧୯୬୯ – ରେଡିଓ ଏବଂ ଟିଭିରେ କାନାଡାରେ ତମାଖୁ ଉତ୍ପାଦ ଏବଂ ଆନୁଷଙ୍ଗିକ ବିଜ୍ଞାପନ କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିଲା।

୧୯୮୦ – କେବୁଲ୍ ନ୍ୟୁଜ୍ ନେଟୱାର୍କ (ସିଏନ୍ଏନ୍) ଟେଲିଭିଜନ ନେଟୱାର୍କ ପ୍ରଥମେ ପ୍ରସାରଣ ଆରମ୍ଭ କରିଥିଲା।

୧୯୯୨ – ଏହି ଦିନ ଭାରତ ଓ ଇସ୍ରାଏଲ ମଧ୍ୟରେ ବିମାନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୧୯୯୬ – ଏଚଡି ଦେବେଗୌଡା ଭାରତର ଦ୍ୱାଦଶ ପ୍ରଧାନମନ୍ତ୍ରୀ ହୋଇଥିଲେ।

୨୦୧୦ – କେନ୍ଦ୍ରୀୟ ଆମେରିକାରେ ଗୁଆଟେମାଲାରେ ଟ୍ରପିକାଲ ସାମୁଦ୍ରିକ ଝଡ଼ ଆଗାଥାରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିଲା।

୨୦୧୪ – ନାଇଜେରିଆର ଏକ ଫୁଟବଲ ପଡ଼ିଆରେ ବିସ୍ଫୋରଣ ଘଟି ୪୦ ଜଣ ପ୍ରାଣ ହରାଇଥିଲେ।