ଭୁବନେଶ୍ୱର, ୦୨/୦୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ପୁଣି ବୃଦ୍ଧି ହୋଇଛି। ଜୁନ ୧ ତାରିଖ ଯାଏଁ ଥିବା ଅବଧିକୁ ଆହୁରି ୩ ଦିନ ଯାଏଁ ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ। ଛାତ୍ରଛାତ୍ରୀମାନେ ଜୁନ୍ ଜୁନ୍ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ୍ରେ ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ (CAF) ଦାଖଲ କରିପାରିବେ। ଏହି ସମୟ ମଧ୍ୟରେ ପୂର୍ବରୁ CAF ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କରିବା ସହ ଯୁକ୍ତ ୨ ମାର୍କ ଅପ୍ଲୋଡ୍ କରିପାରିବେ। ନାମଲେଖା ପାଇଁ ଚୟନ ତାଲିକା ଓ ୱେଟିଂ ଲିଷ୍ଟ ତାଲିକା ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ।
Prev Post
Next Post