ସୁନ୍ଦରଗଡ, ୦୨/୦୬: ଆଜି ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ବେଳେ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ଅଢେଇ ଟନର ବିସ୍ଫୋରକ ସାମଗ୍ରୀ। ଝାଡ଼ଖଣ୍ଡ ଜରେଇକଲା ଥାନା ଅନ୍ତର୍ଗତ ତିରିଲିପୋଷ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ। କୋବ୍ରା ବାଟାଲିୟନ, ସିଆରପିଏଫ, ଡିଭିଏଫ, ଆଇଆରବି ଓ ଏସଓଜି ଯବାନମାନେ ମିଳିତ ସର୍ଚ୍ଚ ଅପରେସନ କରିଥିଲେ। ନିକଟରେ ସୁନ୍ଦରଗଡ଼ ଜିଲ୍ଲାର କେ ବଲାଙ୍ଗ ଥାନା ଅର୍ନ୍ତଗତ ବାଙ୍କୋ ଅଞ୍ଚଳରୁ ବିସ୍ଫୋରକ ଫୁଟି ନେଇଥିଲେ ମାଓବାଦୀ। ବିସ୍ଫୋରକକୁ ନେଇ ଝାଡ଼ଖଣ୍ଡ ପଳାଇଥିଲେ। ଶୁକ୍ରବାର ଦିନ ୩ ଟନ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ଜବତ କରିଥିଲେ ସୁରକ୍ଷାବାହିନୀ।
Prev Post
Next Post