ନୂଆଦିଲ୍ଲୀ, ୦୨/୦୬: ଆଜି ଜେଇଇ ଆଡଭାନ୍ସଡ ୨୦୨୫ ଫଳାଫଳ ପ୍ରକାଶ ପାଇଛି। ଯୁଗ୍ମ ପ୍ରବେଶିକା ପରୀକ୍ଷା ଆଡଭାନ୍ସଡ ଦେଇଥିବା ସମସ୍ତ ପରୀକ୍ଷାର୍ଥୀ jeeadv.ac.in ଜେଇଇ ଆଡଭାନ୍ସଡର ଅଫିସିଆଲ ୱେବସାଇଟ ଜରିଆରେ ରେଜଲ୍ଟ ଦେଖିପାରିବେ। ଏହି ପରୀକ୍ଷାରେ ରଜିତ୍ ଗୁପ୍ତା ୩୬୦ ମାର୍କରୁ ୩୩୨ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ଆଇଆଇଟି ଦିଲ୍ଲୀ ଜୋନର।
ଚଳିତ ବର୍ଷ ଜେଇଇ ଆଡଭାନ୍ସଡ ପରୀକ୍ଷା ମେ ୧୮, ୨୦୨୫ରେ ଅନୁଷ୍ଠିତ ହୋଇଥିଲା । ଦୁଇଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପେପର-୧ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏବଂ ପେପର-୨ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା|