ଭୁବନେଶ୍ୱର, ୦୨/୦୬: କିଛି ଦିନର ଆଶ୍ୱସ୍ତି ପରେ ପୁଣି ଫେରିଛି ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଉତ୍ତପ୍ତ ପିଣ୍ଡରେ ଜଳୁଛି। ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଏମିତି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତାତିଠାରୁ ବାୟୁମଣ୍ଡଳ ଅଧିକ ଆର୍ଦ୍ରତା ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି।
ଆସନ୍ତା ୪ ଓ ୫ ତାରିଖରେ ପ୍ରବଳ ଗରମ ଓ ଗୁଳୁଗୁଳି ହେବାର ସମ୍ଭାବନା ଥିବାରୁ ଉପକୂଳବର୍ତ୍ତୀ ଜିଲ୍ଲା ଯେପରିକି ପୁରୀ, ବାଲେଶ୍ୱର, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପାଖାପାଖି ରହିଛି। ସୋମବାର ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୯.୬ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ପ୍ରମୁଖ ସହରଗୁଡ଼ିକରେ ସର୍ବାଧିକ ତାପମାତ୍ରା ନିମ୍ନଲିଖିତ:
ବାଲେଶ୍ୱର: ୩୯.୮ ଡିଗ୍ରୀ ସେଲସିୟସ
ଭୁବନେଶ୍ଵର: ୩୯.୬ ଡିଗ୍ରୀ ସେଲସିୟସ
ଝାରସୁଗୁଡ଼ା: ୩୯.୨ ଡିଗ୍ରୀ ସେଲସିୟସ
ସମ୍ବଲପୁର: ୩୯.୧ ଡିଗ୍ରୀ ସେଲସିୟସ
ହୀରାକୁଦ: ୩୯.୧ ଡିଗ୍ରୀ ସେଲସିୟସ
ଚାନ୍ଦବାଲି: ୩୮.୪ ଡିଗ୍ରୀ ସେଲସିୟସ
ରାଉରକେଲା: ୩୭.୭ ଡିଗ୍ରୀ ସେଲସିୟସ
ପାରାଦୀପ: ୩୭.୫ ଡିଗ୍ରୀ ସେଲସିୟସ
ପୁରୀ: ୩୭.୦ ଡିଗ୍ରୀ ସେଲସିୟସ