ନିଟ୍ ପିଜି ପରୀକ୍ଷା ସ୍ଥଗିତ
ପରୀକ୍ଷାରେ ଆସିବ ସ୍ୱଚ୍ଛତା
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥଗିତ ରଖିଲା ଏନବିଇଏମଏସ
ନୂଆଦିଲ୍ଲୀ, ୦୨/୦୫: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଟ୍ ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷାରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ସ୍ନାତକୋତ୍ତର ମେଡିକାଲ ପ୍ରବେଶିକା ପରୀକ୍ଷା ଗୋଟିଏ ସିଫ୍ଟରେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି।
ପୂର୍ବରୁ ନିଟ୍ ପିଜି ୨୦୨୫ ପରୀକ୍ଷା ଜୁନ୍ ୧୫ରେ ହେବାକୁ ଥିବା ବେଳେ ଏହାକୁ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବାର ଥିଲା। ତେବେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଇଏମଏସ) ଏବେ ନିଶ୍ଚିତ କରିଛି ଯେ ସେମାନେ ପରୀକ୍ଷାକୁ ପୁନର୍ଗଠନ କରିବେ। ଅଧିକ ସଂଖ୍ୟକ ସିଟ୍ ର ଆବଶ୍ୟକତା ଥିବାରୁ ସିଟର ପରିମାଣ ବଢାଯିବ ଏବଂ ସମସ୍ତ ପରୀକ୍ଷାର୍ଥୀ ଗୋଟିଏ ସିଫ୍ଟରେ ଏକା ସାଙ୍ଗରେ ପରୀକ୍ଷା ଦେଇପାରିବେ।