ନିଟ୍‌ ରେଜଲ୍ଟ ପ୍ରକାଶ : ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର

ନିଟ୍‌ ରେଜଲ୍ଟ ପ୍ରକାଶ । ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଏହି ପ୍ରବେଶିକା ପରୀକ୍ଷାରେ ରାଜସ୍ଥାନ ଝିଅ ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର ହୋଇଛନ୍ତି । ତନିସ୍କା ମୋଟ ୭୨୦ ମାର୍କରୁ ୭୧୫ ମାର୍କ ରଖିଛନ୍ତି । ତାଙ୍କ ତଳରୁ ମାନେ ଦିଲ୍ଲୀର ଆଶିଶ ବାତ୍ରା ଏବଂ କର୍ଣ୍ଣାଟକର ରିଷିକେଶ୍‌ ନାଗଭୂଷଣ ଗାଙ୍ଗୁଲି ରହିଛନ୍ତି ।

ତେବେ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ରେଜଲ୍ଟର ଟପ୍‌-୫୦ ତାଲିକାରେ ୨୦ ଛାତ୍ରୀ ରହିଛନ୍ତି । ଓଡିଶାର ପ୍ରିୟ ସୋମଦତ୍ତ ନାୟକ ରହିଛନ୍ତି । ପ୍ରିୟ ସୋମଦତ୍ତ ନାୟକ ଓଡିଶାର ଟପ୍ପର ମଧ୍ୟ ହୋଇଛନ୍ତି । ସେ ମୋଟ ୭୨୦ ମାର୍କରୁ ୭୦୫ ମାର୍କ ରଖିଛନ୍ତି । ସୋମଦତ୍ତଙ୍କ ୩୯ ନମ୍ବର ରାଙ୍କ ରହିଛି ।

ସେହିପରି ନିଟ୍‌ ୟୁଜି ପରୀକ୍ଷା ଦେଇଥିବା ଛାତ୍ରାଛାତ୍ରୀମାନେ ନିଟ୍‌ର ଅଫିସିଆଲ୍ ଓ୍ୱେବସାଇଟ୍‌କୁ ଯାଇ ନିଜ ନିଜର ରେଜଲ୍ଟ ଦେଖିପାରିବେ । ନିଟ୍‌ ପରୀକ୍ଷାର ଅଫିସିଆଲ୍‌ ଓ୍ୱେବସାଇଟ୍‌ ହେଉଛି https://neet.nta.nic.in । ରେଜଲ୍ଟ ଡାଉନ୍‌ଲୋଡ କରିବାକୁ ହେଲେ ଛାତ୍ରଛାତ୍ରୀମାନେ ନିଜର ଆପ୍ଲିକେସନ୍‌ ନମ୍ବର ଏବଂ ଜନ୍ମତାରିଖ ଦେଇ କରିପାରିବେ ।