ପ୍ରଥମ ଥର ଅଷ୍ଟ୍ରେଲିଆର ସ୍କ୍ରିନ୍‌ କାଉଣ୍ଟ ଶୀର୍ଷରେ ଅଛି ବ୍ରହ୍ମାସ୍ତ୍ର

ଚଳିତବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର । ଆଉ ଦିନକ ପରେ ସିନେମାଘରେ ରିଲିଜ୍‌ ହେବ। ଏହି ଚଳଚ୍ଚିତ୍ରର କ୍ରେଜ୍ କେବଳ ଭାରତରେ ନୁହେଁ । ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ପାଇଁ ପ୍ରସ୍ତୁତ। ପ୍ରଶଂସକଙ୍କ କ୍ରେଜ୍ ସୋସିଆଲ୍ ପ୍ଲାଟଫର୍ମରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। କହିବାକୁ ଗଲେ ଉଦଘାଟନୀ ଦିନରେ ବ୍ରହ୍ମାସ୍ତ୍ର ପାଇଁ୨ ଲକ୍ଷରୁ ଅଧିକ ଆଡଭାନ୍ସ ବୁକିଂ ହୋଇସାରିଛି। ସବୁଠାରୁ ବଡ କଥା ସର୍ବାଧିକ ଆଡଭାନ୍ସ ବୁକିଂ କରିଥିବା ଏହା ଦ୍ଵିତୀୟ ଚଳଚ୍ଚିତ୍ର ହୋଇପାରିଛି। ବର୍ତ୍ତମାନ ଫିଲ୍ମକୁ ନେଇ ବଡ ଅପଡେଟ୍‌ ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆର ସବୁଠୁ ବଡ ସ୍ତରରେ ଏହା ରିଲିଜ୍‌ ହେବାକୁ ପ୍ରସ୍ତୁତ ଅଛି ।