ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର

ଏଇ ତାରିଖ ମଧ୍ୟରେ କରନ୍ତୁ ଆବେଦନ

ଭୁବନେଶ୍ୱର, ୦୩/୦୬: ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର। ଜୁଲାଇ ୨୫ ସୁଦ୍ଧା ଶେଷ ହେବ ପ୍ରାଥମିକ ଶିକ୍ଷକଙ୍କ ବଦଳି। ଜୁନ୍ ୬ ତାରିଖ ମଧ୍ୟରେ ପୋର୍ଟାଲ ଜରିଆରେ ଅନଲାଇନ ଆବେଦନ କରିପାରିବେ। ଏ ନେଇ ଓସେପାକୁ ଚିଠି ଲେଖିଛି ଡିଇଇଓ। ଚିଠି ଲେଖି ସମସ୍ତ ଡିଇଓ ଓ ବିଇଓଙ୍କୁ ଦେଲେ ନିର୍ଦ୍ଦେଶ। ଜିଲ୍ଲା ଭିତରେ ଓ ବାହାରେ ବଦଳି ପାଇଁ ଆବେଦନ ହେବ। ଜୁନ୍ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ଜୁଲାଇ ୧୮ରେ ବଦଳି ତାଲିକା ଓସେପା ୱେବସାଇଟରେ ଦେଖି ହେବ। ଏହାପରେ ଜୁଲାଇ ୧୮ ଓ ୧୯ରେ ସ୍ଥାନାନ୍ତର ନିର୍ଦ୍ଦେଶ ଜାରି କରାଯିବ।