ପାରିବାରିକ କଳହରେ ବଳି ପଡ଼ିଲା ୭ ମାସର ଶିଶୁ କନ୍ୟା

କୁନି ଝିଅକୁ ତଳେ କଚାଡ଼ି ହତ୍ୟା କଲା ବାପା

ଢେଙ୍କାନାଳ, ୦୩/୦୬: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ନୋଟାରିପାସିରେ ଘଟିଛି ଏକ ଅଭାବନୀୟ ଘଟଣା। ପତ୍ନୀଙ୍କ ସହ ଝଗଡା ପରେ ଝିଅକୁ ଜୀବନରୁ ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ପାରିବାରିକ କଳହରେ ବଳି ପଡ଼ିଛି ୭ ମାସର ଶିଶୁ କନ୍ୟା। ଅଭିଯୁକ୍ତ ବାପା ସଞ୍ଜୟ ଛତ୍ର ଶିଶୁକନ୍ୟାକୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜର ସଞ୍ଜୟ କଣ୍ଟାପାଳର ଜନନୀ ମୁଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ। ସେ ନୋଟାରିପାଶୀରେ ପତ୍ନୀ ଓ ଝିଅକୁ ନେଇ ରହିବା ସହ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ। ତେବେ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ବାରମ୍ବାର ଝଗଡ଼ା ହୁଏ।

ଗତକାଲି ରାତିରେ ଚାଉଳ କିଣିବାକୁ ନେଇ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରାଗରେ ସଞ୍ଜୟ ନିଜ ୭ ମାସର ଝିଅକୁ ତଳେ ପିଟି ପିଟି ହତ୍ୟା କରିଥିବା କରିଥିଲେ। ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ସଞ୍ଜୟଙ୍କୁ ଘଟଣାସ୍ଥଳରେ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନା ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ କଙ୍କଡ଼ାହାଡ଼ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।