କୋଝିକୋଡ, ୦୯/୦୬: ସୋମବାର ସକାଳେ କେରଳର କୋଝିକୋଡ଼ର ବେପୋର ଉପକୂଳରେ ଏକ କଣ୍ଟେନର ଜାହାଜରେ ହୋଇଛି ବଡ଼ ବିସ୍ଫୋରଣ। ସିଙ୍ଗାପୁର ପତାକା ଲାଗିଥିବା କଣ୍ଟେନର ଜାହାଜ MV Wan Hai 503ରେ ପ୍ରଚଣ୍ତ ବିସ୍ଫୋରଣ ହୋଇଥିବା ବେଳେ ସେଥିରେ ୨୨ ଜଣ କ୍ରୁ ମେମ୍ବର ଥିବାର ସୂଚନା ମିଳିଛି।
ଜାହାଜଟି କଲମ୍ବୋରୁ ନୱା ଶେଭା ଅଭିମୁଖେ ଯାଉଥିବା ବେଳେ କୋଚିଠାରୁ ୩୧୫ କିଲୋମିଟର ଓ ବେପୋରଠାରୁ ୭୦ ନଟିକାଲ ମାଇଲ ଥିଲା ବେଳେ ଏହି ବିସ୍ଫୋରଣ ହୋଇଥିଲା।ଏହି କଣ୍ଟେନର ଜାହାଜ ମାଲ ପରିବହନ କରି ଜୁନ୍ ୭ ତାରିଖରେ କଲମ୍ବୋରୁ ବାହାରିଥିଲା ଏବଂ ଜୁନ୍ ୧୦ ସୁଦ୍ଧା ମୁମ୍ବାଇରେ ପହଞ୍ଚିବାର ଥିଲା।
ବିସ୍ଫୋରଣ ପରେ ୨ ଜଣ ତାଇଓ୍ଵାନ ନାଗରିକ, ଜଣେ ମିଆଁମାର ନାଗରିକ ଏବଂ ଜଣେ ଇଣ୍ଡୋନେସିଆ ନାଗରିକ ନିଖୋଜ ଥିବା ସୂଚନା ମିଳିଛି। ୫ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର ସଠିକ୍ କାରଣ ଜଣା ପଡିନଥିବା ବେଳେ ଉଦ୍ଧାରକାଳୀ ଦଳ ପହଞ୍ଚି ଉଦ୍ଧାର କରିଛି।