ବରଗଡ଼, ୧୦/୦୬: ଯେତେ ଧରପଗଡ ହେଲେ ବି ଯମା ବି ସୁଧୁରୁ ନାହାନ୍ତି ସରକାରୀ କର୍ମଚାରୀ। ଭିଜିଲାନ୍ସର ଜାଲରେ ଫସୁଛନ୍ତି ଗୋଟିଏ ପରେ ଗୋଟିଏ ସରକାରୀ କର୍ମଚାରୀ। ଆଜି ପୁଣି ଜଣେ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।
ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ମହିଳା କନିଷ୍ଠ ଯନ୍ତ୍ରୀ। ବରଗଡ ଜିଲ୍ଲାର ଗାଇସିଲଟ୍ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ ଭିଜିଲାନ୍ସ ଜାଲରେ ପଡିଛନ୍ତି। ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଛି।
ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ତାଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି।