ନୂଆଦିଲ୍ଲୀ, ୧୦/୦୬: ଗତ ୩୬ ଘଣ୍ଟା ମଧ୍ୟରେ ଭାରତ-ମିଆଁମାର ସୀମାରେ ସାମାନ୍ୟରୁ ମଧ୍ୟମ ତୀବ୍ରତାର ୬ ଥର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୮ରୁ ୪.୫ ମଧ୍ୟରେ ରହିଥିଲା। ପୂର୍ବାହ୍ନ ୧୧ଟା ୨୧ମିନିଟରେ ଶେଷ ଥର ପାଇଁ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ମଣିପୁର ନିକଟରେ ଏହା ଅନୁଭୂତ ହୋଇଥିଲା। ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ।
Prev Post
Next Post