ପିଏମଙ୍କୁ ଭେଟିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ, ୧୦/୦୬: ଆଜି ସନ୍ଧ୍ୟାରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଦେଶ ଗସ୍ତ ସାରି ଫେରିଥିବା ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀଙ୍କୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଅପରେସନ ସିନ୍ଦୂରର ସଫଳତା, ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ପାକିସ୍ତାନର ଆତଙ୍କୀ ଚେହେରା ବିଶ୍ୱ ସ୍ତରକୁ ଆଣିବା ପାଇଁ ୩୩ଟି ଦେଶ ଗସ୍ତ କରିଥିଲେ ଭାରତର ସଂସଦୀୟ ପ୍ରତିନିଧି ଦଳ। ଯାହା ପରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିବେ।