କଳାହାଣ୍ଡି, ୧୦/୦୬: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ତଥା ୨୦୨୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଧୀମାନ ଚକମା ଗିରଫ ହନି ଜେଲ ଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। ମାନସିକ ଦୁଶ୍ଚିନ୍ତା ଯୋଗୁଁ ଡିପ୍ରେସନରେ ପୀଡ଼ିତ ହୋଇ ଜେଲ୍ ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ବ୍ୟାଚର ଏହି ଆଇଏଏସ ଅଧିକାରୀ ଧୀମାନ ଚକମା ଗତ ୮ ତାରିଖ ରାତିରେ ବଲାଙ୍ଗୀର ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠୁ ଲାଞ୍ଚ ନେବା ଅବସ୍ଥାରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଚକମା କ୍ରସର ମାଲିକଙ୍କୁ ଭୟ ଦେଖାଇ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ଧମକାଇ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। କ୍ରସର ମାଲିକ ଭିଜିଲାନ୍ସକୁ ଏ ବିଷୟରେ ଜଣାଇଥିଲେ। ଭିଜିଲାନ୍ସର ପୂର୍ବ ଯୋଜନା ମୁତାବକ, ଅଗ୍ରୀମ ୧୦ ଲକ୍ଷ ଟଙ୍କା ନେଲା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା।
ଭିଜିଲାନ୍ସ ଚଢ଼ାଉ କରି ଉପଜିଲ୍ଲାପାଳଙ୍କ ହାତ ଧୋଇବା ଏବଂ ଟେବୁଲ ଡ୍ରୟର ଧୋଇବାରୁ ଉଭୟ ସକରାତ୍ମକ ରାସାୟନିକ ପ୍ରକ୍ରିୟା ଦେଇଥିଲା। ଯାହା ସେ ଲାଞ୍ଚ ନେଇଥିବା ପ୍ରମାଣ ମିଳିଥିଲା। ଏହା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସରକାରୀ କ୍ୱାର୍ଟରରେ ଚଢାଉ କରିଥିଲା ଭିଜିଲାନ୍ସ। ଚଢାଉ ବେଳେ ତାଙ୍କ କ୍ୱାର୍ଟରରୁ ନଗଦ ୪୭ ଲକ୍ଷ ଟଙ୍କା ନଗଦ ମିଳିଥିଲା, ଯାହାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଏହା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଭବାନୀପାଟଣା ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା।
ହେଲେ, ଆଜି ସକାଳେ ତାଙ୍କୁ ଜେଲରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଡିପ୍ରେସନରେ ପୀଡ଼ିତ ଥିବା ଜଣାପଡ଼ିଛି। ଜେଲ ଯିବାକୁ ନେଇ ସେ ଚିନ୍ତାଗ୍ରସ୍ତ ଅଛନ୍ତି।
୨୦୨୧ ବ୍ୟାଚର ଏହି ଆଇଏଏସ ଅଫିସର ଧୀମାନ ଚକମା ତ୍ରିପୁରାର କାଞ୍ଚନପୁର ଅଞ୍ଚଳରେ। ସେ ୨୦୨୦ ରେ ୟୁପିଏସସି କ୍ୱାଲିଫାଏ କରିବା ପରେ ଓଡ଼ିଶା କ୍ୟାଡ଼ରରେ ଜଏନ କରିଥିଲେ।