ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସଂକ୍ରାନ୍ତରେ ଜାଣନ୍ତୁ
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୁଧବାର ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ।
ଦେବସ୍ନାନ ପୂର୍ଣ୍ଣିମା ନୀତିନିର୍ଘଣ୍ଟ:-
ମଙ୍ଗଳାପର୍ଣ- ଭୋର ୪ଟା ୩୦
ଡୋରଲାଗି ଓ ପଷ୍ପାଞ୍ଜଳୀ ହୋଇ ପହଣ୍ଡି ଆରମ୍ଭ- ସକାଳ ୫ଟାରୁ ୭ଟା
ମଙ୍ଗଳ ଆଳତି- ସକାଳ ୯ଟା
ମଇଲମ- ସକାଳ ୯ଟା ୧୫
ତଡ଼ପ ଲାଗି- ୯ଟା ୨୫
ଅଧର ପୋଛା- ୯ଟା ୪୫
ଅବକାଶ-୧୦ଟା ୨୦
ରୋଷ ହୋମ- ୧୦ଟା ୩୦
ସୂର୍ଯ୍ୟ ପୂଜା- ୧୦ଟା ୫୫
ଦ୍ବାରପାଳ ପୂଜା- ୧୧ଟା ୧୦
ବେଶ ଶେଷ – ୧୧ଟା ୨୫
ଜଳ ବିଜେ, ପୂଜା, ମହାସ୍ନାନ- ଦିବା ୧୨ଟା ୨୦ରୁ ୧ଟା ୪୫
ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ବେଶ- ୨ଟା ୫୦
ଛେରା ପହଁରା- ୩ଟା ୩୦
ହାତୀ ବେଶ- ୪ଟା ୩୦
ମହନ୍ତ ଶାଢ଼ୀ ବନ୍ଧା- ୪ଟା ୩୦
ଘଣ୍ଟଛତା ସକାଳ ଧୂପ- ସନ୍ଧ୍ୟା ୫ଟା ୪୫ରୁ ୭ଟା ୨୦
ଦକ୍ଷିଣିଘର ଭୋଗ- ସନ୍ଧ୍ୟା ୬ଟା ୩୦
ସାହାଣ ମେଲା ଦର୍ଶନ- ସନ୍ଧ୍ୟା ୭ଟା ୩୦ରୁ ରାତ୍ର ୧୦ଟା ୩୦
ହାତୀବେଶ ମଇଲମ- ରାତ୍ର ୧୧ଟା
ପୁଷ୍ପାଞ୍ଜଳି ଓ ଡୋର ଲାଗି- ରାତ୍ର ୧୧ଟା ୧୦
ବାହୁଡ଼ା ପହଣ୍ଡି- ରାତ୍ର ୧୧ଟା ୩୦ରୁ ୨ଟା
ସୁନା ଚିତା ଓ ରାହୁରେଖା ମଇଲମ- ରାତ୍ର ୨ଟା ୩୦