ଭୟଙ୍କର ଭୂମିକମ୍ପରେ ଯାଇଥିଲା ଅନେକ ନୀରିହଙ୍କ ଜୀବନ

ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୧୧ ଜୁନ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ରାମ ପ୍ରସାଦ ବିସ୍ମିଲ୍ (୧୧ ଜୁନ୍ ୧୮୯୭ – ୧୯ ଡିସେମ୍ବର ୧୯୨୭), ଜଣେ ଭାରତୀୟ ବିପ୍ଳବୀ, ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଲଢ଼ିଥିଲେ। ସେ କେବଳ ଭାରତର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି, ବରଂ ଜଣେ କବି, ଅନୁବାଦକ ଓ ଉଚ୍ଚକୋଟୀର ସାହିତ୍ୟିକ ମଧ୍ୟ ଥିଲେ। ସେ ଭାରତର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ। ବିପ୍ଳବୀ କାର୍ଯ୍ୟ ପାଇଁ ବିସ୍ମିଲଙ୍କୁ ଇଂରେଜମାନେ ୧୯ ଡିସେମ୍ବର ୧୯୨୭ରେ ଫାଶୀ ଦେଇଥିଲେ।

୨. କେ.ଏସ୍ ହେଗଡେ (୧୧ ଜୁନ୍ ୧୯୦୯ – ୨୪ ମଇ ୧୯୯୦), ଜଣେ ଭାରତୀୟ ଆଇନଜୀବୀ ଏବଂ ରାଜନେତା। ସେ ସୁପ୍ରିମକୋର୍ଟର ବିଚାରପତି ରହିବା ସହ ଲୋକସଭାର ସପ୍ତମ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ହେଗଡେ ନିଟ୍ ଏଜୁକେସନ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ।

୩. ଲାଲୁ ପ୍ରସାଦ ଯାଦବ (୧୧ ଜୁନ ୧୯୪୮), ଜଣେ ଭାରତୀୟ ରାଜନେତା। ସେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ, ପଞ୍ଚଦଶ ଲୋକସଭାର ପୂର୍ବତନ ସାଂସଦ ଏବଂ ରାଜନୈତିକ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ସଭାପତି ଅଟନ୍ତି। ସେ ୧୯୭୭ ମସିହାରେ ୨୯ ବର୍ଷ ବୟସରେ ଜନତା ପାର୍ଟିର ସର୍ବକନିଷ୍ଠ ଲୋକସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ଲାଲୁ ପ୍ରସାଦ ୧୯୯୦ରେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୫ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁର ନୀତିଶ କୁମାରଙ୍କ ସହ ମେଣ୍ଟ କରି ତାଙ୍କ ଦଳ ପୁଣି ଥରେ କ୍ଷମତାକୁ ଆସିଥିଲା। ବର୍ତ୍ତମାନ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବରେ କାର୍ଯ୍ୟ କରୁଛି।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଘନଶ୍ୟାମ ଦାସ ବିର୍ଲା (୧୦ ଅପ୍ରେଲ ୧୮୯୪ – ୧୧ ଜୁନ ୧୯୮୩), ଜଣେ ବ୍ୟବସାୟୀ। ୧୯୨୬ ମସିହାରେ ସେ ବ୍ରିଟିଶ ଭାରତର କେନ୍ଦ୍ରୀୟ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୧୯୩୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଦିଲ୍ଲୀରେ ସ୍ଥାପିତ ହରିଜନ ସେବକ ସଂଘର ସେ ସଭାପତି ହୋଇଥିଲେ।

୨. ମିହିର ସେନ୍ (୧୬ ନଭେମ୍ବର ୧୯୩୦ – ୧୧ ଜୁନ ୧୯୯୭), ଜଣେ ବିଶିଷ୍ଟ ଭାରତୀୟ ସନ୍ତରଣକାରୀ ଏବଂ ବ୍ୟବସାୟୀ। ସେ ୧୯୬୬ରେ ପାଞ୍ଚଟି ମହାଦେଶର ସମୁଦ୍ରକୁ ପହଁରିଥିଲେ। ଏଥିରେ ପାଲକ୍ ଷ୍ଟ୍ରେଟ୍, ଡାର୍ଡାନେଲ୍ସ, ବୋସ୍ଫୋରସ୍, ଜିବ୍ରାଲ୍ଟର ଏବଂ ପାନାମା କେନାଲର ଅନ୍ତର୍ଭୁକ୍ତ ଥିଲା। ଏହି ଉପଲବ୍ଧି ପାଇଁ ସେ ବିଶ୍ୱର ସର୍ବଶ୍ରେଷ୍ଠ ଦୀର୍ଘ ଦୂରତା ସନ୍ତରଣକାରୀ ଭାବେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୭୭୦ – କ୍ୟାପଟେନ ଜେମ୍ସ କୁକ୍ ୧୭୭୦ ମସିହାରେ ଅଷ୍ଟ୍ରେଲିଆର ଗ୍ରେଟ୍ ବ୍ୟାରିୟର ରିଫ୍ ଆବିଷ୍କାର କରିଥିଲେ।

୧୮୬୬ – ଆଜିର ଦିନରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ହୋଇଥିଲା, ପୂର୍ବରୁ ଏହା ଆଗ୍ରା ହାଇକୋର୍ଟ ନାମରେ ପରିଚିତ ଥିଲା।

୧୯୨୧ – ବ୍ରାଜିଲର ମହିଳାମାନଙ୍କୁ ନିର୍ବାଚନରେ ମତଦାନର ଅଧିକାର ଦିଆଯାଇଥିଲା।

୧୯୩୫ – ଏଡ୍ୱିନ୍ ଆର୍ମଷ୍ଟ୍ରଙ୍ଗ ପ୍ରଥମ ଥର ପାଇଁ ଏଫ୍ ଏମ୍ ପ୍ରସାରଣ କରିଥିଲେ।

୧୯୪୦ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଟାଲୀୟ ବାୟୁସେନା ପ୍ରଥମେ ମାଲ୍ଟା ଦ୍ୱୀପ ଉପରେ ଆକ୍ରମଣ କରିଥିଲା।

୧୯୪୩ – ବ୍ରିଟିଶ ସେନା ଭୂମଧ୍ୟସାଗରର ସିସିଲି ଦ୍ୱୀପର ଦକ୍ଷିଣରେ ଅବସ୍ଥିତ ଏକ ଛୋଟ ଦ୍ୱୀପ ପାଣ୍ଟେଲେରିଆ ଉପରେ ଆକ୍ରମଣ କରିଥିଲା।

୧୯୪୪ – ମାରିଆନା ଦ୍ୱୀପପୁଞ୍ଜରେ ଥିବା ଜାପାନର ବେସ୍ କ୍ୟାମ୍ପ ଉପରେ ଆମେରିକାର ୧୫ଟି ଲଢୁଆ ବିମାନ ଆକ୍ରମଣ କରିଥିଲା।

୧୯୫୫ – ପ୍ରଥମ ମ୍ୟାଗ୍ନେସିୟମ ଜେଟ୍ ବିମାନ ଏହି ଦିନ ଉଡ଼ାଣ ଭରିଥିଲା।

୨୦୦୬ – ନେପାଳୀ ସଂସଦ ସର୍ବସମ୍ମତିକ୍ରମେ ୨୦୦୬ରେ ରାଜାଙ୍କ ଭିଟୋ କ୍ଷମତାକୁ ଉଚ୍ଛେଦ କରିଥିଲା।

୨୦୦୮ – ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ୱାଜେଦ ୨୦୦୮ରେ ମୁକ୍ତ ହୋଇଥିଲେ।

୨୦୧୨ – ଉତ୍ତର ଆଫଗାନିସ୍ତାନରେ ଦୁଇଥର ଭୂମିକମ୍ପ ଅନୁଭୂତ ହେବା ଫଳରେ ବଡ଼ ଧରଣର ଭୂସ୍ଖଳନ ଘଟିଥିଲା। ଏହି ଭୂସ୍ଖଳନରେ ସାୟୀ ହାଜରା ସହର ମାଟି ତଳେ ପୋତି ହୋଇଯାଇଥିଲା, ଯେଉଁଥିରେ ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା।