ଭୁବନେଶ୍ୱର, ୧୨/୦୬: ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିକୁ ଓଡ଼ିଶାରୁ ସିଧାସଳଖ ଉଡାଣ ଭରିଛି ବିମାନ। ଆଜି ସକାଳ ୯ଟା ୩୫ରେ ଭୁବନେଶ୍ୱରରୁ ଉଡ଼ାଣ ଭରିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏହା ସିଧାସଳଖ ଉଡାଣ କରିଛି। ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ସେହିପରି ଭୁବନେଶ୍ୱରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।
ଆବୁଧାବିକୁ 6E 1441 ଇଣ୍ଡିଗୋ ବିମାନ ସକାଳ ୯ଟା ୩୫ରେ ଭୁବନେଶ୍ୱରରୁ ଉଡ଼ାଣ ଭରି ୧୨ଟା ୩୫ରେ (ୟୁଏଇର ସ୍ଥାନୀୟ ସମୟ) ସେଠାରେ ପହଞ୍ଚିବ। ଏହା ଆବୁଧାବିରୁ ସ୍ଥାନୀୟ ସମୟ ରାତି ୨ଟା ୩୫ରେ ଉଡ଼ାଣ ଭରି ସକାଳ ୮ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବ।
ବିଶାଖାପାଟଣାକୁ 6E 6214 ବିମାନ ଭୁବନେଶ୍ୱରରୁ ଅପରାହ୍ନ ୧୨ଟା ୩୫ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୧ଟା ୫୫ରେ ସେଠାରେ ପହଞ୍ଚିବ। ବିଶାଖାପାଟଣାରୁ ଏକ ବିମାନ ଅପରାହ୍ନ ୨ଟା ୨୫ରୁ ଏଠାରେ ଅପରାହ୍ନ ୩ଟା ୪୫ରେ ପହଞ୍ଚିବ।