ଭୟଙ୍କର ବିମାନ ଦୁର୍ଘଟଣା: ଜଳିଗଲା ବିମାନ

ଥିଲେ ୨୪୨ ଜଣ ଯାତ୍ରୀ

ନୂଆଦିଲ୍ଲୀ, ୧୨/୦୬: ଗୁରୁବାର ଅପରାହ୍ନରେ ଅହମ୍ମଦାବାଦ ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୋଇଂ ୭୮୭-୮ ଡ୍ରିମଲାଇନର ନାମକ ଏହି ବିମାନରେ ୨୩୦ ଜଣ ଯାତ୍ରୀ ଓ ୧୨ ଜଣ କ୍ରୁ ମେମ୍ବରଙ୍କ ସମେତ ୨୪୨ ଜଣ ଥିଲେ। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ମେଘାନୀ ଅଞ୍ଚଳରେ କଳା ଧୂଆଁ ଦେଖିବାକୁ ମିଳିଥିଲା। ଏହି ଦୁର୍ଘଟଣାର ଭୟାବହ ଦୃଶ୍ୟର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବକ, ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟିକୁ କ୍ୟାପ୍ଟେନ୍ ସୁମିତ ସଭରୱାଲ ଏବଂ ଫାଷ୍ଟ ଅଫିସର କ୍ଲାଇଭ୍ କୁନ୍ଦର ଉଡ଼ାଣ କରୁଥିଲେ। ଅପରାହ୍ନ ୧ଟା ୩୮ମିନିଟରେ ବିମାନଟି ଉଡ଼ାଣ ଭରିଥିବା ବେଳେ ଏହାର ଠିକ୍ ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଗାନ୍ଧିନଗରରୁ ଦୁର୍ଘଟଣାସ୍ଥଳକୁ ୩ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି। ଭଦୋଦରାରୁ ୩ଟି ଅତିରିକ୍ତ ଟିମ୍ ପଠାଯାଇଛି।