ସୁକୁମା, ୧୨/୦୬: ଛତିଶଗଡ଼ର ସୁକୁମା ଜିଲ୍ଲାର ପୁସଗୁନ୍ନା ଜଙ୍ଗଲରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଟଳିଛନ୍ତି ଦୁଇ ମାଓବାଦୀ। ସେମାନଙ୍କୁ ମଧ୍ୟରୁ ଜଣେ ମହିଳା ନକ୍ସଲ ଥିବା ସୂଚନା ମିଳିଛି। ମହିଳା ନକ୍ସଲଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଅନ୍ୟ ଜଣେ ମାଓବାଦୀ ହେଉଛନ୍ତି ଏଲଓଏସ କମାଣ୍ଡର ବମନ। ତାଙ୍କ ମୁଣ୍ଡ ଉପରେ ୫ ଲକ୍ଷର ପୁରସ୍କାର ରାଶି ଥିଲା।