୫ ଦିନିଆ ୩ ରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଅପରେସନ ସିନ୍ଦୂର ପରେ ପ୍ରଥମ ବିଦେଶ ଗସ୍ତ

ନୂଆଦିଲ୍ଲୀ, ୧୫/୦୬: ଆଜିଠୁ ୫ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୁନ୍ ୧୫ରୁ ୧୯ ଯାଏଁ ସାଇପ୍ରସ, କାନାଡା ଓ କ୍ରୋଏସିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରେସନ ସିନ୍ଦୂର ପରେ ଏହା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ ହେବ। ଜୁନ୍ ୧୫ରୁ ୧୬ ସାଇପ୍ରସ ଗସ୍ତ କରିବେ। ଜୁନ୍ ୧୬ ଓ ୧୭ରେ କାନାଡା ଗସ୍ତ କରିବେ। ୧୮ରେ କ୍ରୋଏସିଆ ଯାଇ ବିଦେଶ ଗସ୍ତ ଶେଷ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କାନାଡ଼ାର କାନାନାସ୍କିସରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ। ଦୁଇ ଦଶନ୍ଧି ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସାଇପ୍ରସ ଗସ୍ତ ହେବାକୁ ଥିବା ବେଳେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କ୍ରୋଏସିଆ ଗସ୍ତ ହେବ‌।