ନୂଆଦିଲ୍ଲୀ, ୧୫/୦୬: ମୌସୁମୀ ଏବେ ଏବେ ଦେଶର ଆଗମନ କରିଛି। ଏହା ପ୍ରଭାବରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ଯୋଗୁଁ ବିଭିନ୍ନ ରାଜ୍ୟରେ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି। ବଜ୍ରପାତ ଓ ବର୍ଷା ଜନିତ ସମସ୍ୟା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଅତି କମରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଉତ୍ତରପ୍ରଦେଶ, ଗୁଜରାଟ, ଦିଲ୍ଲୀ, ମହାରାଷ୍ଟ୍ର ଓ ହିମାଚଳ ପ୍ରଦେଶରେ ଏହି ଘଟଣା ସାମ୍ନାକୁ ଆସିଛି।
ଉତ୍ତରପ୍ରଦେଶର ବାଲିଆ, ବିଜନୋର, ଯମୁନାନଗର, ଓରାଇଆ, ସମ୍ଭାଲର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିବା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଏବଂ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁଜୁରାଟର ରାଜକୋଟରେ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦିଲ୍ଲୀରେ ଦୁଇ ଜଣ ଓ ମହାରାଷ୍ଟ୍ରରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସବୁ ସ୍ଥାନ ଗୁଡ଼ିକରେ ବଜ୍ରାଘାତ ସହ ବର୍ଷା ହେବା ପରେ କେଉଁଠି ବନ୍ୟା ପାଣିରେ ଭାସି ଯାଇ ତା କେଉଁଠି ବିଦ୍ୟୁତ ଖୁଣ୍ଟି ପଡ଼ି ଓ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁ ଘଟିଛି।