ଇରାନରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କଲା ଦୂତାବାସ

ହେଲ୍ପଲାଇନ ନମ୍ୱର ଜାରି କଲା ଭାରତୀୟ ଦୂତାବାସ; ଟେଲିଗ୍ରାମରେ ଯୋଡ଼ି ହେବାକୁ ପରାମର୍ଶ

ନୂଆଦିଲ୍ଲୀ, ୧୫/୦୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଘନଉଥିବା ବେଳେ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଇରାନରେ ଥିବା ଭାରତୀୟ ଦୂତାବାସ ଆଜି ଇରାନରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ଆଡଭାଇଜରିରେ କୁହାଯାଇଛି, ସମସ୍ତ ଭାରତୀୟ ନାଗରିକ ଏବଂ ଇରାନରେ ଥିବା ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିମାନେ ଦୂତାବାସ ସହିତ ଯୋଗାଯୋଗରେ ରୁହନ୍ତୁ ଏବଂ ସମସ୍ତ ଅନାବଶ୍ୟକ ଗତିବିଧିରୁ ଦୂରେଇ ରୁହନ୍ତୁ। ଭାରତୀୟ ନାଗରିକ ଓ ବଂଶୋଦ୍ଭବମାନେ ନିୟମିତ ଭାବେ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରୁହନ୍ତୁ ଓ ଦୂତାବାସର ସୋସିଆଲ ମିଡିଆ ସାଇଟକୁ ଫଲୋ କରନ୍ତୁ ବୋଲି ଇରାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଡଭାଇଜରି ଜାରି କରିଛି ଭାରତୀୟ ଦୂତାବାସ। ଯୁଦ୍ଧ ସମ୍ପର୍କିତ ଅଧିକ ସୂଚନା ପାଇବା ପାଇଁ ଭାରତୀୟ ଦୂତାବାସର ଟେଲିଗ୍ରାମ ସହ ଯୋଡି ହେବାକୁ କୁହାଯାଇଛି।

ଏହା ସହ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି।

ଜରୁରୀକାଳୀନ ଯୋଗାଯୋଗ ନମ୍ବର ଗୁଡିକ ହେଉଛି +98 9128109115 ଏବଂ +98 9128109109 ।

ହ୍ୱାଟ୍ସଆପ୍ ପାଇଁ କଣ୍ଟାକ୍ଟ ନମ୍ବର ଗୁଡ଼ିକ କେବଳ +98 901044557, +98 9015993320 ଏବଂ +918086871709 ।

ବନ୍ଦର ଆବାସ ପାଇଁ ଜରୁରୀକାଳୀନ ଯୋଗାଯୋଗ ନମ୍ବର +98 9177699036 ଏବଂ ଜାହେଦାନ ପାଇଁ +98 9396356649 ।