ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ

୧୦ ଅଭିଯୁକ୍ତ ଗିରଫ

ଗୋପାଳପୁର, ୧୭/୦୬: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗୋପାଳପୁର ଥାନା ପୁଲିସ ଆଉ ୩ ଜଣଙ୍କୁ ଗିରଫ କରିବା ପରେ ସମସ୍ତ ୧୦ ଜଣ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ ସମୁଦ୍ର କୂଳକୁ ଯାଇଥିବା ବେଳେ ୧୦ ଜଣ ମଦ୍ୟପାନ କରି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏଥିରେ ତାଙ୍କ ପୁରୁଷ ବନ୍ଧୁ ଅଟକାଇବାରୁ ତାଙ୍କୁ ମାଡ ମାରିବା ସହ ବାନ୍ଧି ଦେବା ପରେ ଗତ ଦୁଷ୍କର୍ମ କରିଥିଲେ ଅଭିଯୋଗ। ଏ ନେଇ ସେ ଗୋପାଳପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୋଗକୁ ଆଧାର କରି ଗତ କାଲି ୭ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା ଗୋପାଳପୁର ପୋଲିସ। ଆଜି ରାଜ୍ୟ ବାହାରକୁ ଫେରାର ହେଇ ଯାଉଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।