ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୧୭ ଜୁନ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. କୈଳାସ ନାଥ କାଟ୍ଜୁ (୧୭ ଜୁନ ୧୮୮୭ – ୧୭ ଫେବୃଆରୀ ୧୯୬୮), ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ। ସେ ଓଡ଼ିଶା ଓ ପଶ୍ଚିମବଙ୍ଗର ରାଜ୍ୟପାଳ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ସେ ୧୯୫୭ ଜାନୁଆରୀରୁ ୧୯୬୨ ମାର୍ଚ୍ଚ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଅନେକ ପୁସ୍ତକ ମଧ୍ୟ ଲେଖିଥିଲେ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ବିଶେଷ ଅବଦାନ ରହିଛି ।

୨. ଲିଆଣ୍ଡର ପେସ୍(୧୭ ଜୁନ ୧୯୭୩), ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଟେନିସ୍ ଖେଳାଳି। ଟେନିସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଲିଆଣ୍ଡର ପେସ୍ ଙ୍କୁ ୧୯୯୬ରେ ‘ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର’ ଏବଂ ୨୦୦୧ରେ ମହେଶ ଭୂପତିଙ୍କ ସହ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ମୁମତାଜ ମହଲ (୨୭ ଅପ୍ରେଲ ୧୫୯୩ – ୧୭ ଜୁନ ୧୬୩୧), ମୋଗଲ ସାମ୍ରାଜ୍ୟର ରାଣୀ ଥିଲେ। ତାଙ୍କୁ ‘ମଲ୍ଲିକା-ଇ-ଜାହାଁ’ (“ବିଶ୍ୱର ରାଣୀ”) ଏବଂ ‘ମଲ୍ଲିକା-ଉଜ୍-ଜାମାନି’ (“ଯୁଗର ରାଣୀ”) କହୁଥିଲେ ଶାହାଜାହାନ।

୨. ଜିଜାବାଇ ଶାହାଜୀ ଭୋସଲେ (୧୨ ଜାନୁଆରୀ ୧୫୯୮ – ୧୭ ଜୁନ ୧୬୭୪) ଶାହାଜୀ ଭୋସଲେଙ୍କ ପତ୍ନୀ ଏବଂ ଛତ୍ରପତି ଶିବାଜୀଙ୍କ ମାଆ ଥିଲେ। ସେ ‘ରାଜମାତା ଜିଜାବାଇ’ ଏବଂ ‘ଜିଜାଇ’ ନାମରେ ପରିଚିତ ଥିଲେ।

୩. ରାଣୀ ଲକ୍ଷ୍ମୀବାଇ (୧୯ ନଭେମ୍ବର ୧୮୩୫ – ୧୭ ଜୁନ ୧୮୫୮) ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ଏବଂ ୧୮୫୭ ମସିହାର ପ୍ରଥମ ମହିଳା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଥିଲେ। ୧୮୫୭ ମସିହାରେ ଭାରତକୁ ଦାସତ୍ୱରୁ ମୁକ୍ତ କରିବା ପାଇଁ ସେ ବଡ଼ ପ୍ରୟାସ କରିଥିଲେ। ମହାରାଣୀ ଲକ୍ଷ୍ମୀବାଈ ଇଂରେଜମାନଙ୍କ ବିରୋଧରେ ଯୁଦ୍ଧରେ ପ୍ରାଣ ବଳି ଦେଇଥିବା ଯୋଦ୍ଧାମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ୧୮୫୮ ମସିହା ଜୁନ୍ ୧୭ ତାରିଖରେ ୨୯ ବର୍ଷ ବୟସରେ ବ୍ରିଟିଶ ଭାରତର ଗ୍ୱାଲିୟର ରାଜ୍ୟର ଗ୍ୱାଲିୟରସ୍ଥିତ କୋଟା-କି-ସେରାଇଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

୩. ଲର୍ଡ କ୍ୟାନିଂ (୧୪ ଡିସେମ୍ବର ୧୮୧୨ – ୧୭ ଜୁନ୍ ୧୮୬୨), ୧୮୫୭ ର ଭାରତୀୟ ବିଦ୍ରୋହ ସମୟରେ ଭାରତର ଜଣେ ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ୧୮୫୬ରୁ ୧୮୬୨ ପର୍ଯ୍ୟନ୍ତ ଭାରତର ପ୍ରଥମ ଭାଇସରୟ ଥିଲେ। ଏହି ସମୟରେ ‘ଗଭର୍ଣ୍ଣର ଅଫ୍ ଇଣ୍ଡିଆ ଆକ୍ଟ ୧୮୫୮’ ପାରିତ ହୋଇଥିଲା, ଯାହା ଅନୁଯାୟୀ ‘ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିଆ’କୁ ଭାଇସରୟ ଭାବେ ଘୋଷଣା କରାଯାଇଥିଲା। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀରୁ ବ୍ରିଟିଶ କ୍ରାଉନକୁ କ୍ଷମତା ହସ୍ତାନ୍ତର ହେବା ପରେ ଲର୍ଡ କ୍ୟାନିଂଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ପୁନର୍ଗଠନ ହୋଇଥିଲା। ୧୮୫୯ ମସିହାରେ ତାଙ୍କୁ ଅର୍ଲ ଉପାଧି ରେ ସମ୍ମାନିତ କରାଯାଇଥିଲା।

୪. ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭ – ୧୭ ଜୁନ ୧୯୨୮), ଜଣେ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, କବି ଓ ସାହିତ୍ୟିକ ତଥା ଉତ୍କଳର ଦୈନିକ ଖବରକାଗଜ ‘ସମାଜ’ର ପ୍ରତିଷ୍ଠାତା। ସେ ଓଡ଼ିଶାର ଜଣେ ବିଶିଷ୍ଟ ସମାଜସେବୀ ଥିଲେ। ଗୋପବନ୍ଧୁ ଦାସ ‘ଉତ୍କଳ ମଣି’ ନାମରେ ମଧ୍ୟ ପରିଚିତ। ଓଡ଼ିଶାବାସୀ ତାଙ୍କୁ ‘ଦାରିଦ୍ର ସଖା’ ଅର୍ଥାତ୍ ‘ଗରିବଙ୍କ ବନ୍ଧୁ’ ଭାବେ ବିବେଚନା କରନ୍ତି। ଉତ୍କଳର ବିଭିନ୍ନ ଅଞ୍ଚଳକୁ ସଂଗଠିତ କରି ଏକ ସମ୍ପୂର୍ଣ୍ଣ ଓଡ଼ିଶା ରାଜ୍ୟ ଗଠନ ପାଇଁ ସେ ଅନେକ ପ୍ରୟାସ କରିଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୩୯୭ – ଡେନମାର୍କ, ସ୍ୱିଡେନ ଓ ନରୱେ ମଧ୍ୟରେ କଲମାର ୟୁନିୟନ ପ୍ରତିଷ୍ଠା ହୋଇଥିଲା।

୧୫୪୯ – ବେଲଜିୟମର ଘେଣ୍ଟ ଅଞ୍ଚଳରୁ ଇହୁଦୀମାନଙ୍କୁ ବହିଷ୍କାର କରାଗଲା।

୧୭୫୬ – ନବାବ ସିରାଜ-ଉଦ-ଦୌଲା ୧୭୫୬ ମସିହାରେ କଲିକତା (ବର୍ତ୍ତମାନ କୋଲକାତା)ରେ ୫୦ ହଜାର ସୈନିକଙ୍କୁ ନେଇ ଆକ୍ରମଣ କରିଥିଲେ।

୧୭୭୫ – ବଙ୍କର ହିଲ୍ ଯୁଦ୍ଧରେ ବ୍ରିଟିଶମାନେ ଆମେରିକାର କଣ୍ଟିନେଣ୍ଟାଲ ଆର୍ମିକୁ ପରାସ୍ତ କରିଥିଲେ।

୧୭୯୯ – ନେପୋଲିୟନ ବୋନାପାର୍ଟ ଏହି ଦିନ ଇଟାଲୀକୁ ନିଜ ସାମ୍ରାଜ୍ୟରେ ସାମିଲ କରିଥିଲେ।

୧୯୧୭ – ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମର ହୃଦୟ କୁଞ୍ଜରେ ନିଜର ବାସସ୍ଥାନ ସ୍ଥାପନ କରିଥିଲେ।

୧୯୩୮ – ଜାପାନ ଆଜିର ଦିନରେ ଚୀନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା।

୧୯୪୪ – ଏହି ଦିନ ଆଇସଲାଣ୍ଡ ଡେନମାର୍କଠାରୁ ସ୍ୱାଧୀନତା ଲାଭ କରିଥିଲା।

୧୯୫୬ – ଏହି ଦିନ ହିନ୍ଦୁ ଉତ୍ତରାଧିକାରୀ ଆଇନ ୧୯୫୬ ପାରିତ ହୋଇଥିଲା।

୧୯୬୩ – ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ବିଦ୍ୟାଳୟରେ ଆବଶ୍ୟକ ବାଇବେଲ ପଢ଼ିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ।

୧୯୬୭ – ହାଇଡ୍ରୋଜେନ୍ ବୋମା ରଖିବାରେ ଚୀନ୍ ବିଶ୍ୱର ଚତୁର୍ଥ ଦେଶ ହୋଇଥିଲା।

୧୯୮୧ – ଇଜିପ୍ଟର କାଇରୋରେ ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ସଂଘର୍ଷରେ ୧୪ ଜଣ ପ୍ରାଣ ହରାଇଥିଲେ।

୨୦୦୪ – ମଙ୍ଗଳ ଗ୍ରହରେ ପୃଥିବୀର ପଥର ଭଳି ପଥର ମିଳିଥିଲା ର।

୨୦୦୮ – ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ ‘ତେଜସ୍’ର ସଫଳ ପରୀକ୍ଷଣ ବାଙ୍ଗାଲୋରରେ କରାଯାଇଥିଲା।

୨୦୧୨ – ଇଜିପ୍ଟ ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ପଦ ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

୨୦୧୫ – ଆମେରିକାର ସାଉଥ କାରୋଲିନାର ଏକ ଚର୍ଚ୍ଚରେ ଜଣେ ବନ୍ଧୁକଧାରୀ ୯ ଜଣଙ୍କୁ ହତ୍ୟା କରିଥିଲେ।