ଏୟାର ଇଣ୍ଡିଆ ବିମାନ ସେବା ବନ୍ଦ

ମଧ୍ୟପ୍ରାଚ୍ୟକୁ ବିମାନ ଉଡାଣ ବନ୍ଦ

ନୂଆଦିଲ୍ଲୀ, ୨୪/୦୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ତୀବ୍ର ହେଉଥିବା ବେଳେ ଏୟାର ଇଣ୍ଡିଆ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନ ଉଡାଣ ସେବା ବନ୍ଦ କରିଛି। କତାରର ଦୋହାରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନ ଆକ୍ରମଣ କରିବା ପରେ‌ ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଥିବାରୁ ଏହି ବିମାନ ସେବା ସ୍ଥଗିତ ରହିଛି ବୋଲି ଏୟାର ଇଣ୍ଡିଆ କହିଛି। ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟ, ଉତ୍ତର ଆମେରିକାର ପୂର୍ବ ତଟ ଏବଂ ୟୁରୋପର କିଛି ଅଞ୍ଚଳକୁ ବିମାନ ଉଡାଣ ସେବା ସ୍ଥଗିତ ରଖିଛି। ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି। ସ୍ଥିତି ଦେଖି ଆଗାମୀ ଯାତ୍ରା ସମ୍ପର୍କରେ ସୂଚନା ଦିଆଯିବ।