ଏହି ଅଞ୍ଚଳରୁ ଅପହରଣ ହେଲେଣି ୫୭ ଜଣ ସୈନ୍ୟ

ବିଦ୍ରୋହୀଙ୍କ ଦ୍ୱାରା ଅପହୃତ ସୈନ୍ୟଙ୍କ ଟେର ପାଉ ନାହାନ୍ତି ସରକାର

ବୋଗୋଟା, ୨୪/୦୬: କଲମ୍ବିଆର ଦକ୍ଷିଣ-ପଶ୍ଚିମ ମାଇକେ କାନିୟନ୍ ଅଞ୍ଚଳରେ ସାଧାରଣ ନାଗରିକଙ୍କ ଦ୍ୱାରା ୫୭ ଜଣ ସୈନିକଙ୍କୁ ଅପହରଣ କରାଯାଇଥିବା ଖବର ସାମନାକୁ ଆସିଛି। ଶନିବାର ୩୧ ଜଣଙ୍କୁ ଅପହରଣ କରାଯାଇଥିବା ବେଳେ ଅବଶିଷ୍ଟଙ୍କୁ ରବିବାର ଅପହରଣ କରାଯାଇଛି। ୨୦୦ରୁ ଅଧିକ ଲୋକ ରବିବାର ୨୬ ଜଣ ସେନା ଯବାନଙ୍କୁ ଅପହରଣ କରାଯାଇଥିଲା।

୨୦୧୬ରେ ସରକାରଙ୍କ ଦ୍ୱାରା ଏକ ଶାନ୍ତି ଚୁକ୍ତିରେ ଅସନ୍ତୁଷ୍ଟ ଥିବା ଫାର୍କ ବିଦ୍ରୋହୀମାନେ ଏହି ଅପହରଣ କରିଛନ୍ତି।

ଏ ସଂକ୍ରାନ୍ତରେ ବ୍ରିଗେଡିୟର ଜେନେରାଲ ଫେଡେରିକୋ ଆଲବର୍ଟୋ ମେଜିଆ କହିଛନ୍ତି ଯେ ସପ୍ତାହାନ୍ତରେ ଚାରି ଜଣ ନନ-କମିଶନଡ ଅଧିକାରୀ ଏବଂ ୫୩ ଜଣ ସୈନିକଙ୍କୁ ଅପହରଣ କରାଯାଇଛି। ଫାର୍କର ସବୁଠାରୁ ବଡ଼ ଶାଖା EMC ବିଦ୍ରୋହୀ ଗୋଷ୍ଠୀର ହାତ ଥାଇପାରେ।

ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ କଡ଼ା ନିନ୍ଦା କରିବା ସହ ସେନା ଯବାନଙ୍କ ମୁକ୍ତ ଅତ୍ୟାବଶ୍ୟକ ବୋଲି କହିଛନ୍ତି।

ମାଇକେ କାନିୟନରେ ଦେଶର ସାମରିକ ବାହିନୀ ଦଖଲ କରିବାକୁ ଚେଷ୍ଟା କରୁଥିବା ବେଳେ ବାମପନ୍ଥୀ ନେତାମାନେ ବାରମ୍ବାର ପ୍ରୟାସ କରି ଆସୁଛନ୍ତି। ତେବେ ଏହି ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି ସେଠାକାର ସରକାର। ତେଣୁ ୧୯୮୦ରୁ ୯୦ ମଧ୍ୟରେ ହୋଇଥିବା ଉତ୍ତେଜନା ଫେରିବାର ଆଶଙ୍କା କରାଯାଇଛି।

ଦକ୍ଷିଣ-ପଶ୍ଚିମ କଲମ୍ବିଆର କାନିୟନ ହେଉଛି କୋକେନ ଉତ୍ପାଦନ ପାଇଁ ଏକ ପ୍ରମୁଖ ଅଞ୍ଚଳ। ଏଠାରୁ ପ୍ରଶାନ୍ତ ମହାସାଗରୀୟ ବନ୍ଦରଗୁଡ଼ିକୁ ନିଶା ଦ୍ରବ୍ୟ ପରିବହନ ହୁଏ।ତାପରେ ସେଗୁଡ଼ିକୁ ଉତ୍ତର ଆମେରିକା ଏବଂ ୟୁରୋପର ବଜାରକୁ ବେଆଇନ ଭାବରେ ପଠାଯାଏ।