ଜଗତସିଂହପୁର, ୨୬/୦୬: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଶିକ୍ଷା କାର୍ଯ୍ୟାଳୟ (ବିଇଓ)ର ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛି ଭିଜିଲାନ୍ସ। ବିଇଓ ସୂର୍ଯ୍ୟକାନ୍ତ ସ୍ବାଇଁ ଲାଞ୍ଚ ନେଲା ବେଳେ ରେଡ୍ ହ୍ୟାଣ୍ଡ ଧରିଥିଲା ଭିଜିଲାନ୍ସ।
ସେ ପଙ୍କପାଳ ସ୍ଥିତ ଅଫିସରେ ଜଣେ ଶିକ୍ଷକଙ୍କ ଗୃହ ନିର୍ମାଣ ପାଇଁ ଦେଢ଼ ଲକ୍ଷ ଟଙ୍କାର ଅଗ୍ରିମ ବିଲ୍ ପ୍ରଦାନ ପାଇଁ ତାଙ୍କଠାରୁ ଲାଞ୍ଚ ନେଉଥିଲେ। ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଏହା ପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ସୂର୍ଯ୍ୟକାନ୍ତଙ୍କ ଦୁଇଟି ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।