ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ କଲେ ଗୌତମ ଆଦାନୀ ଓ ପରିବାର

ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା କଲେ

ଭୁବନେଶ୍ୱର, ୨୮/୦୬: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ତାଙ୍କ ପତ୍ନୀ ପ୍ରୀତି ଆଦାନୀ ଏବଂ ପୁଅ କରଣ ଆଦାନୀଙ୍କ ସହିତ ଶନିବାର ଦିନ ପୁରୀରେ ରଥଯାତ୍ରାରେ ସାମିଲ ହୋଇଛନ୍ତି। ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଆଦାନୀ ପରିବାର। ଏହା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ।

ଆଦାନୀ ଗ୍ରୁପ୍ ରଥଯାତ୍ରାରେ ‘ପ୍ରସାଦ ସେବା’ ଆୟୋଜିତ କରାଯାଇଛି। ଜୁଲାଇ ୮ ପର୍ଯ୍ୟନ୍ତ ଏହି ପ୍ରସାଦ ସେବା ମାଧ୍ୟମରେ ଭକ୍ତମାନଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଉଛି।

ଆଜି ସକାଳ ୯ଟା ୪୫ ରେ ଆଦାନୀ ପରିବାର ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ପୁରୀ ଅଭିମୁଖେ ବାହାରିଥିଲେ। ଆଜି ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ କରି ରାତି ୮ଟାରେ ଭୁବନେଶ୍ୱରରୁ ଫେରିବାର କାର୍ଯ୍ୟକ୍ରମ ରହିଛି।