ଲବଣଗିରି ରଥଯାତ୍ରା

ଛେରାପହଁରା ସେବା ଦେଲେ ତିରୁପତି ପାଣିଗ୍ରାହୀ

ଖୋର୍ଦ୍ଧା, ୨୮/୦୬: ଖୋର୍ଦ୍ଧା ସୁନ୍ଦରପଦା ନିକଟବର୍ତ୍ତୀ ଲବଣଗିରି ଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ଘୋଷଯାତ୍ରା ଲବଣଗିରି ପାଞ୍ଚଗାଁ ପର୍ଯ୍ୟନ୍ତ ସହସ୍ରାଧିକ ଭକ୍ତଙ୍କ ହରିବୋଲ ହୁଳହୁଳି ସହ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଅଞ୍ଚଳ ବାସିନ୍ଦାଙ୍କ ଅନୁରୋଧ ଓ ଆମନ୍ତ୍ରଣରେ ହାଇଟେକ ମେଡିକାଲ କଲେଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀ ମହାପ୍ରଭୁଙ୍କ ରାଜକୀୟ ଛେରାପହଁରା ସେବା କରିଥିବା ବେଳେ ଏହି ଉସ୍ତବରେ ରାଜନେତା ମନ୍ମଥ ରାଉତରାୟ, ଲୁଲୁ ବଡଜେନା, ଲିଟ୍ଟୁ ପଟ୍ଟନାୟକ, ଚଇନା ଭାଇ ଯୋଗ ଦେଇଥିଲେ। ଲବଣଗିରି ଠାରେ ତିରୁପତି ପାଣିଗ୍ରାହୀଙ୍କ ସହଯୋଗରେ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀବିମଳା ମନ୍ଦିର, ଶ୍ରୀ ଲକ୍ଷ୍ମୀ ମନ୍ଦିର, ଶ୍ରୀହନୁମାନ ମନ୍ଦିର ନୂତନ ଭାବେ ପ୍ରତିଷ୍ଠିତ ହୋଇଛି। ପ୍ରଥମଥର ପାଇଁ ତିନୋଟି ରଥ ପ୍ରସ୍ତୁତ ହୋଇ ପାଞ୍ଚଗାଁ ସ୍ଥିତ ମାଉସୀ ମାଆ ମନ୍ଦିରଙ୍କୁ ଚତୁର୍ଦ୍ଧା ମୂର୍ତ୍ତୀ ନବଦିନାତ୍ମକ ଯାତ୍ରା କରିଛନ୍ତି।