ପୁରୀ, ୨୯/୦୬: ମହାପ୍ରଭୁଙ୍କ ଘୋଷଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ଉତ୍ତର କୋଣ ଓ ଗୁଣ୍ଡିଚା ମନ୍ଦିର ପାଖରେ ହାଇଟେକ୍ ହସ୍ପିଟାଲ ଭୁବନେଶ୍ଵରର ତରଫରୁ ନବଯୌବନ ଦର୍ଶନ ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ସୁବିଧା ଥିବା ଏକ ଅସ୍ଥାୟୀ ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟନ ହୋଇଯାଇଛି। ଏହି ଅବସରରେ ହାଇଟେକ୍ ଗ୍ରୁପ୍ ର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ ବରିଷ୍ଠ ଅଧିକାରୀ ଗିରୀଶ କୁମାର ପାତ୍ର, ମୁଖ୍ୟ ପରିଚାଳନା ଅଧିକାରୀ ଜ୍ୟୋତିର୍ମୟ ପଣ୍ଡା, ଶ୍ରୀମନ୍ଦିରର ବରିଷ୍ଠ ସେବାୟତ, ଉତ୍ତର ପାର୍ଶ୍ଵ ମଠ ମହନ୍ତ ଓ ରାଧାବଲ୍ଲଭ ମଠାଧିସ ଯୋଗ ଦେଇ ଏଭଳି ମହତ୍ କାର୍ଯ୍ୟ ପାଇଁ ପ୍ରତିଷ୍ଠାତା ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କୁ ଅଶେଷ ଧନ୍ୟବାଦ ଓ ଆଶୀର୍ବାଦ କରିଛନ୍ତି। ସମସ୍ତ ଚିକିତ୍ସା ଦେୟ ମୁକ୍ତ ହେବା ସହ ଅତ୍ୟନ୍ତ ଜରୁରୀ ଓ ଜଟିଳ ଚିକିତ୍ସା ଦରକାର ପଡିଲେ ହାଇଟେକ୍ ହସ୍ପିଟାଲ ଭୁବନେଶ୍ଵରଠାରେ ଦେୟମୁକ୍ତ ଭାବେ ଚିକିତ୍ସା କରାଯିବ। ପଚିଶ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ସମସ୍ତ ବିଭାଗର ବରିଷ୍ଠ ଚିକିତ୍ସକମାନେ ନିରନ୍ତର ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇ ଦେବେ ବୋଲି ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ ଜଣାଇଛନ୍ତି। ସଂଯୋଜକ ମନୋଜ କୁମାର ଦାସ ଅଖିଳ ପାଣିଗ୍ରାହୀ ଓ ଉପନିର୍ଦ୍ଦେଶକ ଅନିଲ କୁମାର ପାଣିଗ୍ରାହୀଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଉଅଛି।
Next Post