ଶରଧାବାଲି ଅଘଟଣ: ଦୁଃଖ ପ୍ରକାଶ କଲେ ରାହୁଲ ଗାନ୍ଧୀ

‘ଏହି ଘଟଣା ସମସ୍ତଙ୍କ ପାଇଁ ବଡ଼ ଚେତାବନୀ’

ନୂଆଦିଲ୍ଲୀ, ୨୯/୦୭: ପୁରୀରେ ରଥଯାତ୍ରା ସମୟରେ ହୋଇଥିବା ଦଳାଚକଟା ଘଟଣାରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଏକ ବିବୃତ୍ତିରେ, ରାହୁଲ ଗାନ୍ଧୀ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। “ଏହି ଘଟଣା ଅତ୍ୟନ୍ତ ଦୁଃଖଦ। ଏହା ଏକ ସମସ୍ତଙ୍କ ପାଇଁ ଏକ ବଡ଼ ଚେତାବନୀ। ସୁରକ୍ଷା ବ୍ୟବସ୍ଥା ଏବଂ ଭିଡ଼ ପରିଚାଳନା ପ୍ରସ୍ତୁତିକୁ ଗମ୍ଭୀରତାର ସହ ଏବଂ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯିବା ଉଚିତ। ଜୀବନ ରକ୍ଷା କରିବା ସର୍ବୋପରି, ଏବଂ ଏହି ଦାୟିତ୍ୱରେ କୌଣସି ତ୍ରୁଟି ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ତୁରନ୍ତ ବିହିତ ପଦକ୍ଷେପ ନିଅନ୍ତୁ”।

ସେ କଂଗ୍ରେସ କର୍ମୀମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ମଧ୍ୟ ନିବେଦନ କରିଛନ୍ତି।