ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ

ଭୁବନେଶ୍ୱର, ୨୯/୦୬: ପୁରୀ ଶରଧାବାଲି ଅଘଟଣ ପାଇଁ ଭାଜପା ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ ରହିଛି। ଏହା ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖିଛି ବିଜେପି। ଏ ନେଇ ବିଜେପିର ସାଂଗଠନିକ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ରବିବାର ଏହି ସୂଚନା ଦେଇଛନ୍ତି। ପୁରୀ ଅଘଟଣ ପାଇଁ ମର୍ମାହତ ବୋଲି କହିବା ସହ ଏ ନେଇ ନିର୍ବାଚନକୁ ସ୍ଥଗିତ କରାଯାଇଥିବା ବାଲେଶ୍ବର ସେ କହିଛନ୍ତି।