ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ

ADG ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର, ୨୯/୦୬: ବରିଷ୍ଠ ଆଇଏଏସ୍ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବରେ ନିଯୁକ୍ତ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ଅର୍ଥ ବିଭାଗ ଏବଂ IDCOର ଅଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବାକୁ ଅନୁମତି ଦିଆଯାଇଛି।

ଏହା ବ୍ୟତୀତ, ଆଇପିଏସ୍ ଅଫିସର ତଥା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁରୀ ରଥଯାତ୍ରା ସମୟରେ ପୋଲିସ ପରିଚାଳନାର ନୂଆ ଦାୟିତ୍ୱ ଦିଆଯାଇଛି। ସେ ଚଳିତ ବର୍ଷର ପୁରୀ ରଥଯାତ୍ରାର ସୁରକ୍ଷା ଓ ପରିଚାଳନା ଦାୟିତ୍ୱରେ ରହିବେ। ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ଦ୍ୱାରା ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି।