ପୁରୀ, ୩୦/୦୬: “ମନୋରଞ୍ଜନ ଏକାଡେମୀ” ଓ “ବିଭାବନା” ସାହିତ୍ୟ ପତ୍ରିକାର ମିଲିତ ଆନୁକୁଲ୍ୟରେ ଭକ୍ତ ସାଲବେଗ ପୀଠ ସଭାଗୃହରେ ନିର୍ମଳା ମହାପାତ୍ରଙ୍କ ସଭାପତିତ୍ବରେ ଏକ ସାରସ୍ଵତ ସମାରୋହ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ରବିବାର ସନ୍ଧ୍ୟାରେ ଆୟୋଜିତ ଏହି ସମାରୋହରେ ସଦାଶିବ ମିଶ୍ର ଉଦଘାଟନ କରିଥିବା ବେଳେ, ରବୀନ୍ଦ୍ରନାଥ ପଟ୍ଟନାୟକ ମୁଖ୍ୟ ଅତିଥି, ଅଶୋକ ମିଶ୍ର ମୁଖ୍ୟ ବକ୍ତା, ସୁବାସିନୀ ଧଳ ଓ ତୃପ୍ତି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ “ମନୋରଞ୍ଜନ ଗ୍ରନ୍ଥାବଳୀ”, “ବିଭାବନାର ରଥସଂଖ୍ୟା -୨୦୨୫” ଓ “ଅବସରାୟନ୍” ପୁସ୍ତକଗୁଡ଼ିକ ଲୋକାର୍ପଣ କରିବା ସହ ବହୁ ଗୁଣ ଅଧିକାରୀ ପଣ୍ଡିତ ମନୋରଞ୍ଜନ ନନ୍ଦଙ୍କୁ ମନେପକାଇ ତାଙ୍କ ସାରସ୍ଵତ କୃତି ଓ ସାଧନା ଉପରେ ଆଲୋକପାତ କରିଥିଲେ। ମନୋରଞ୍ଜନ ଏକାଡେମୀର ସମ୍ପାଦକ ମାନସ କୁମାର ନନ୍ଦ ଅନୁଷ୍ଠାନର ଆଭିମୁଖ୍ୟ ନୂତନ ପିଢ଼ିଙ୍କୁ ସାରସ୍ଵତ ସ୍ରୋତରେ ସାମିଲ କରିବା ବୋଲି କହିଥିବା ବେଳେ ଭାରତୀ ଭୂଷଣ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବରେ ପ୍ରତିଭା ତ୍ରିପାଠୀ(ସାରସ୍ଵତ ସାଧିକା ସମ୍ମାନ), ସୁଶ୍ରୀ ସନ୍ତୋଷିନୀ ବେହେରା(ଗାଳ୍ପିକା ସମ୍ମାନ), ସୁଶ୍ରୀ ଶକ୍ତିରୂପା ଦାଶ(କବୟିତ୍ରୀ ସମ୍ମାନ)ରେ ସମ୍ବର୍ଦ୍ଧିତ ହୋଇଥିଲେ। ମାନସୀ କର ସଭା ପରିଚାଳନା କରିଥିବା ବେଳେ ସୁରେଶ କୁମାର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଏକ ସ୍ବରଚିତ କବିତା ପାଠୋତ୍ସବ ସଂଯୁକ୍ତା ମିଶ୍ରଙ୍କ ଅଧ୍ୟକ୍ଷତାରେ ପଚାଶ ଜଣ କବି କବିତା ପାଠ କରିଥିବା ବେଳେ କମଳିନୀ ପାଣିଗ୍ରାହୀ ଓ ଆଶାଲତା ପ୍ରଧାନ ସଂଯୋଜନା କରିଥିଲେ ।