ବାଦଲ ଫଟା ବର୍ଷାରେ ବନ୍ୟା ପରିସ୍ଥିତି
ଘର ଭିତରେ ଆଣ୍ଠୁଏ ପାଣି
ବ୍ରିଜ, ଘର ଭାଙ୍ଗିଲା ! ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ
ଝାରସୁଗୁଡା, ୦୭/୦୭(ଦର୍ଶନ ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଞ୍ଚଳରେ ଲାଗିରହିଥିବା ଲଗାଣବର୍ଷା ଯୋଗୁ ନଦୀନାଳ ଉଛୁଳି ଯିବା ସହିତ ବହୁ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଧିକାଂଶ ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟାତ ବନ୍ଦ ରହିଛି । କେତେକ ବ୍ରିଜ ମଧ୍ୟ ଭାଙ୍ଗି ଯାଇଛି । ବ୍ରିଜ ପାର୍ଶ୍ୱରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଖୁନ୍ତାମାଲ ରୁ ଡୁମ୍ବେରଡୀହି ବ୍ରିଜ ଉପର କଂକ୍ରିଟ ଉପୁଡ଼ିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅନେକ ଘର ମଧ୍ୟ ଭାଙ୍ଗି ଯାଇଥିବା ବେଳେ ଘର ଭିତରେ ମଧ୍ୟ ଆଣ୍ଠୁଏ ପାଣି ଜମି ରହିଛି । ଖୁନ୍ତାମାଲ ଗ୍ରାମରେ ଡ୍ରେନକୁ ଜବରଦଖଲ କରିଥିବାରୁ ଅଙ୍ଗନବାଡ଼ି ବୁଡି ରହିଥିବା ବେଳେ ଦୁଇଜଣ ଙ୍କ ଘରେ ପାଣି ଜମିରହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଧିକ ବର୍ଷା ହୋଇଥିବାରୁ ଅନେକ ବ୍ରିଜ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା । ଲଗାଣ ବର୍ଷାରେ କାହାର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ତ ଆଉ କାହାର ଘର କାନ୍ଥ ଭାଙ୍ଗି ଯାଇଛି । ଆଉ କାହାର ଘର ଭୁଶୁଡି ପଡିଛି । କେତେକ ପରିବାରର ଘର ଭାଙ୍ଗିବା ଯୋଗୁଁ ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ସରକାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେବା ସହ ଜଳ ନିଷ୍କାସନ ଓ ବ୍ରିଜ ମରାମତି ଦିଗରେ କାର୍ଯ୍ୟ କରିବା ପାଇଁ ଲୋକେ ଦାବି କରିଛନ୍ତି । ବନ୍ୟାଦ୍ୱରା କୃଷକ ମାନେ ଚାଷ କରିଥିବା ଧାନ ଚାଷ ବ୍ୟାପକ କ୍ଷୟକ୍ଷତି ହୋଇଛି ।
