ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନି ଭକ୍ତଙ୍କ ମୃତ୍ୟୁ ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର
୯ରେ ଭୁବନେଶ୍ୱରରେ ଓ ୧୦ରେ ପୁରୀରେ ଉନ୍ନୟନ କମିଶନରଙ୍କୁ ସାକ୍ଷାତ ବ୍ୟବସ୍ଥା
ଭୁବନେଶ୍ୱର, ୦୮/୦୭: ଗତ ଜୁନ ତାରିଖରେ ପୁରୀର ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଯୋଗୁଁ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଘଟଣାର ତଦନ୍ତ ପାଇଁ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶାଙ୍କୁ ଦାୟିତ୍ୱ ଦିଆଯାଇଛି।
ଏ ସଂପର୍କରେ ରାଜ୍ୟ ଯୋଜନା ଓ ସଂଯାଜନ ବିଭାଗ ତରଫରୁ ଗତ ଜୁଲାଇ ୩ ତାରିଖରେ ଜାରି କରାଯାଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତି ପରବର୍ତ୍ତୀ ତାରିଖମାନଙ୍କରେ ବିଭିନ୍ନ ସଂବାଦ ପତ୍ରରେ ପ୍ରକାଶ କରାଯାଇଛି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା, ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ( ଭିଡିଓ ଫୁଟେଜ୍ ସହିତ) ଥିଲେ, ତାହାକୁ ଆସନ୍ତା ତା-୨୦.୦୭.୨୦୨୫ ସୁଦ୍ଧା puritragedy. [email protected] ଇ-ମେଲ ଯୋଗେ ପଠାଇବାକୁ ଅନୁରୋଧ କରାଯାଇଛି।
ଉପରୋକ୍ତ ବ୍ୟବସ୍ଥା ବ୍ୟତୀତ, ଆଗ୍ରହୀ ବ୍ୟକ୍ତିମାନେ ଆସନ୍ତା ଜୁଲାଇ ୦୯ ତାରିଖ ଅପରାହ୍ଣ ୩ ଘଟିକା ସମୟ ପରଠାରୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନ- ଆନେକ୍ସ ଏବଂ ଜୁଲାଇ ୧୦ ତାରିଖ ଅପରାହ୍ଣ ୩ ଘଟିକା ପରଠାରୁ ସ୍ୱତନ୍ତ୍ର ପ୍ରଦକ୍ଷିଣ ଭବନ (ସ୍ପେଶାଲ ସର୍କିଟ୍ ହାଉସ୍), ପୁରୀ ଠାରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ମଧ୍ୟ ଏ ସଂପର୍କରେ ତଥ୍ୟ ରଖିପାରିବେ। ସେହିପରି ଏ ସଂପର୍କିତ ଅଧିକ ସୂଚନା ପାଇଁ ଟେଲିଫୋନ ନମ୍ବର-୦୬୭୪-୨୫୩୬୮୮୨/୨୩୯୧୯୭୦ (ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟ) ରେ ଯୋଗାଯୋଗ କରାଯାଇପାରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।