ଗଞ୍ଜାମ, ୦୯/୦୭: ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ। ଗଞ୍ଜାମ ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ। ତାଙ୍କ ଗାଡ଼ିରୁ ୫୦୦ ଟଙ୍କିଆ ୬ଟି ବଣ୍ଡଲ ଟଙ୍କା ଜବତ କରାଯିବା ପରେ ଚଢ଼ାଉ କରିଛି ଭିଜିଲାନ୍ସ। ସେ ଛତ୍ରପୁର ବ୍ୟାଙ୍କ କଲୋନୀ ଭଡ଼ା ଘରୁ ନିଜ ଘରୁ ଅଫିସ ଯାଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ୩ ଦିନ ଧରି ଭିଜିଲାନ୍ସ ଟିମ୍ ତାଙ୍କୁ ନଜରରେ ରଖିଥିବା ସୂଚନା ମିଳିଛି। ଆଶୀର୍ବାଦ ଆପାର୍ଟମେଣ୍ଟରେ ଥିବା ତାଙ୍କ ଭଡ଼ା ଘରେ ପହଞ୍ଚି ଭିଜିଲାନ୍ସ ଚଢ଼ାଉ କରିଛି।
Prev Post