ଓପିଏସସିର ନୂଆ ସଦସ୍ୟ ନିଯୁକ୍ତ

ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ମନୋଜ କୁମାରଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର, ୧୦/୦୭: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ରେ ନୂଆ ସଦସ୍ୟ ହେଲେ ଅବସରପ୍ରାପ୍ତ ଆଇଏଏସ ଅଫିସର ମନୋଜ କୁମାର। ଏ ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇଏଏସ ମନୋଜ କୁମାରଙ୍କୁ ଓପିଏସସିର ନୂଆ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ ଆସନ୍ତା ଛଅ ବର୍ଷ ପର୍ଯ୍ୟନ୍ତ ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ଏହି ଦାୟିତ୍ଵରେ ରହିବେ।

ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ମନୋଜ କୁମାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ (GA&PG) ବିଭାଗର ପୂର୍ବତନ ଅତିରିକ୍ତ ସଚିବ ରହି ସାରିଛନ୍ତି