କଟକ, ୧୨/୦୭: ରାଜ୍ୟରେ ପନିପରିବା ଦର ଅହେତୁକ ଭାବେ ଦର ବୃଦ୍ଧି ପାଉଛି। ଆକାଶଛୁଆଁ ରହିଛି ପରିବା ଦର। କଟକର ଛତ୍ର ବଜାରରେ ହାଟରେ ପରିବା ଦର ବେଶ୍ ଅଧିକ ରହିଛି।
କାଙ୍କଡ଼ କିଲୋ ପ୍ରତି ୬୦ ଟଙ୍କା, ବାଇଗଣ କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଥିଲା ବେଳେ ଲାଉ ୭୦ ଟଙ୍କାରେ ବିକ୍ରି ହେଉଛି। ସଜନା ଛୁଇଁ କିଲୋ ପ୍ରତି ୧୦୦ ଟଙ୍କା, ଫୁଲକୋବି ୬୦ ଟଙ୍କା, ଝୁଡୁଙ୍ଗ ୬୦ ଟଙ୍କା, ଟମାଟୋ କିଲୋ ପ୍ରତି ୩୫ ରୁ ୪୦ ଟଙ୍କା, ଅମୃତଭଣ୍ଡା ଏବଂ କୁନ୍ଦୁରୀ କିଲୋ ପ୍ରତି ୩୦ ଟଙ୍କାରେ ବିକ୍ରି ହେଉଛି।
ପନିପରିବାର ଆକାଶଛୁଆଁ ମୂଲ୍ୟକୁ ନେଇ ଗ୍ରାହକମାନେ ଚିନ୍ତିତ। ପୂର୍ବରୁ ୨୦୦ରୁ ୩୦୦ ଟଙ୍କା ଭିତରେ ବ୍ୟାଗ ପୂରା ହେଉଥିବା ବେଳେ ଏବେ ୫୦୦ ଟଙ୍କାରେ ବି ବ୍ୟାଗ ଭର୍ତ୍ତି ହେଉନାହିଁ।