ଏଫଏମ ତାତି: ତେଜିଲା ରାଜନୀତି

ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର, ୧୩/୦୭: ଗତ କାଲି ବାଲେଶ୍ଵର ଫକୀରମୋହନ ବିଶ୍ବବିଦ୍ୟାଳୟରେ ଘଟିଥିବା ସ୍ପର୍ଶକାତର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ। ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡ଼ି ଓ କଂଗ୍ରେସ।

ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଛି ଘେରିଛି ଛାତ୍ର ଓ ଯୁବ ବିଜେଡି। ବିଧାୟକ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଏହି ଘେରାଉରେ ସାମିଲ ଥିବାବେଳେ ଶତାଧିକ ବିଜେଡି କର୍ମୀଙ୍କୁ ପୋଲିସ ଉଠାଇ ନେଇଛି।

ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ।

ବିଜେଡି ନେତ୍ରୀ ଏଲିନା ଦାଶ କହିଛନ୍ତି, “ଯେବେଠାରୁ ବିଜେପି ସରକାର କ୍ଷମତାକୁ ଆସିଛି, ମହିଳାମାନେ ସୁରକ୍ଷିତ ନୁହଁନ୍ତି। ପୋଲିସ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇପାରୁନାହିଁ। ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ।

ସେହିପରି କଂଗ୍ରେସ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଛି। ବିକ୍ଷେଭ ବେଳେ ଅନେକ ଛାତ୍ର କଂଗ୍ରେସ ନେତାଙ୍କୁ ଟେକି ନେଇଛି ପୋଲିସ। ଆନ୍ଦୋଳନ ବେଳେ ପୋଲିସ ସହିତ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି କଂଗ୍ରେସ ନେତା।