ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା: ନିଜ ଆଡୁ ମାମଲା ରୁଜୁ କଲା NCW
୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୩/୦୭: ବାଲେଶ୍ୱର ଫକୀରମୋହନ ବିଶ୍ବବିଦ୍ୟାଳୟରେ ଘଟିଥିବା ସ୍ପର୍ଶକାତର ଘଟଣାରେ ହସ୍ତକ୍ଷେପ କଲା ଜାତୀୟ ମହିଳା କମିଶନ। ନିଜ ଆଡୁ ମାମଲା ରୁଜୁ କରିଛି ଜାତୀୟ ମହିଳା କମିଶନ (NCW)। ନିରପେକ୍ଷ ତଦନ୍ତ ପାଇଁ ଡିଜିପିଙ୍କୁ ଦେଲେ ନିର୍ଦ୍ଦେଶ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
NCW ଅଧ୍ୟକ୍ଷା ବିଜୟା ରାହତକର ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଏକ ନିରପେକ୍ଷ ଏବଂ ସମୟସୀମା ମଧ୍ୟରେ ତଦନ୍ତ ସୁନିଶ୍ଚିତ କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କୁ ମାଗଣାରେ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଏବଂ ମାନସିକ ସହାୟତା ପ୍ରଦାନ କରିବାକୁ ଓଡିଶାର ପୋଲିସ ମହାନିର୍ଦ୍ଦେଶକ (DGP)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।