କରାଚୀ, ୧୬/୦୭: ଜୁନ ୨୬ରୁ ଏଯାବତ୍ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷା ଓ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ଅତି କମରେ ୧୧୬ ଜଣଙ୍କର ମୃତ୍ୟୁ ହେଲାଣି। ୨୫୩ ଜଣ ଆହତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି। ପାକ୍ ଅଧିକୃତ କାଶ୍ମୀରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ତେବେ ଇସଲାସାବାଦର ଗିଲଗିଟ- ବାଲଟିସ୍ଥାନରେ କୌଣସି ମୃତାହତ ସୂଚନା ମିଳିନାହିଁ।
ଜୁନ୍ ମାସରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଖୈବର ପାଖତୁନଖ୍ୱା ପ୍ରଦେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଯେଉଁଠାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି, ଯାହା ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି। ପଞ୍ଜାବରେ ୧୩ ଜଣ, ସିନ୍ଧରେ ୧୧ ଜଣ ଓ ବାଲୁଚିସ୍ତାନରେ ଅନ୍ୟ କିଛି ମୃତ୍ୟୁ ରିପୋର୍ଟ ହୋଇଥିଲା।
ସେହିପରି ଜୁଲାଇ ମାସର ଏକ ସପ୍ତାହ ମଧ୍ୟରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ୬୪ ଜଣଙ୍କ ମୃତ୍ୟୁ ଓ ୧୧୭ ଜଣ ଆହତ ହୋଇଛନ୍ତି। ଖୈବର ପାଖତୁନଖ୍ୱାରେ ୨୩ ଜଣ, ପଞ୍ଜାବରେ ୨୧ ଜଣ (୧୧ ଶିଶୁ), ସିନ୍ଧରେ ୧୫ ଜଣ ଓ ବାଲୁଚିସ୍ତାନରେ ୫ ଜଣଙ୍କ ମୃତ୍ୟୁ ହୋଇଛି।
ଜାତୀୟ ପାଣିପାଗ ସେବା ସତର୍କ କରିଛି ଯେ ଜୁଲାଇ ୧୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ବନ୍ୟାର ଆଶଙ୍କା ରହିଛି। ୨୦୨୨ରେ ରେକର୍ଡ ବନ୍ୟାରେ ୧,୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ଦେଶର ଏକ-ତୃତୀୟାଂଶ ଅଞ୍ଚଳ ଜଳମଗ୍ନ ହୋଇଥିଲା।