ଭୁବନେଶ୍ୱର, ୧୮/୦୭: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ବିଶୃଙ୍ଖଳା ଆଚରଣ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଅନୁଗୁଳ ଜିଲ୍ଲା ସଂପାଦକ ଶ୍ରୀ ସୁଦୀପ୍ତ ସ୍ୱାଇଁଙ୍କୁ ଦଳରୁ ନିଲମ୍ବନ କରାଗଲା ବୋଲି ଶୃଙ୍ଖଳା କମିଟି ରାଜ୍ୟ ଆବାହକ ଶ୍ରୀ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଜଣେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଦେବା ଅଭିଯୋଗରେ ସୁଦୀପ୍ତ ସ୍ୱାଇଁଙ୍କୁ ଗିରଫ କରିଥିଲା ବନ୍ତଳା ପୋଲିସ। ଯୁବତୀଙ୍କୁ ସୁଦୀପ୍ତ ଦୀର୍ଘ ଦିନ ଧରି ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ସହ ଯୁବତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଭୟଭୀତ କରୁଥିଲେ। ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଆଜି ସୁଦୀପ୍ତଙ୍କୁ ଗିରଫ କରାଯାଇଛି।