‘ଦି ରେଜିଷ୍ଟ୍ରାଣ୍ଟ ଫ୍ରଣ୍ଟ’କୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲା ଆମେରିକା
ଦୁର୍ବଳ ହେବ ଆତଙ୍କୀ ଗୋଷ୍ଠୀ, କମିବ ଆଞ୍ଚଳିକ ଦବଦବା
ନୂଆଦିଲ୍ଲୀ, ୧୮/୦୭: ଆମେରିକା ବୈଦେଶିକ ବିଭାଗ ପାକିସ୍ତାନ ସମର୍ଥିତ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF)କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (Foreign Terrorist Organization) ଏବଂ ସ୍ପେସିଆଲି ଡେଜିଗନେଟେଡ୍ ଗ୍ଲୋବାଲ ଟେରରିଷ୍ଟ (Specially Designated Global Terrorist) ଭାବେ ଘୋଷଣା କରିଛି।
ଜାମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ TRFର ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା। ଯାହା ପରେ ଆମେରିକା ଏହି ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି ଆକ୍ରମଣ ପଛରେ TRF ର ହାତ ଥିବା ସେ ନିଜେ ମାନିଥିଲା। TRF ହେଉଛି ପାକିସ୍ତାନ ସମର୍ଥିତ ଏକ ଆତଙ୍କବାଦୀ ସଂଗଠନ ଏବଂ ଲସ୍କର-ଇ-ତୋଏବା ର ଶାଖା। ଏହା ଭାରତ, ବିଶେଷତଃ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ଥିବା ଅଭିଯୋଗ ରହିଛି।
ଏବେ TRFକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବା ଦ୍ୱାରା ଏହାର ଆର୍ଥିକ ଓ ଲଜିଷ୍ଟିକ ସମର୍ଥନ ଉପରେ କଟକଣା ଲାଗିବ। ଏହା ସହିତ, TRF ସହ ଜଡିତ ବ୍ୟକ୍ତି ବା ସଂଗଠନମାନଙ୍କୁ ଆମେରିକାରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିପାରେ। ଏହି ଘୋଷଣା ଦ୍ୱାରା ଭାରତ ଓ ଆମେରିକା ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗକୁ ଆହୁରି ମଜବୁତ କରିବ। ଭାରତ ଦୀର୍ଘ ଦିନ ଧରି TRF ଭଳି ସଂଗଠନମାନଙ୍କ ବିରୁଦ୍ଧରେ ଆନ୍ତର୍ଜାତୀୟ ସମର୍ଥନ ଦାବି କରି ଆସୁଛି। ଆମେରିକାର ଏହି ନିଷ୍ପତ୍ତି TRFର କାର୍ଯ୍ୟକଳାପକୁ ଦୁର୍ବଳ କରିବା ସହ ଆଞ୍ଚଳିକ ସୁରକ୍ଷାକୁ ମଜବୁତ କରିବାରେ ସହାୟକ ହେବ।