ନାରାୟଣପୁର, ୨୦/୦୭: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଥାନା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ଏନକାଉଣ୍ଟରରେ ଅତି କମରେ ଛଅ ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରୁ ୪ ଜଣ ମହିଳା ଅଛନ୍ତି।
ପୋଲିସ ଘଟଣାସ୍ଥଳରୁ AK-47 ରାଇଫଲ୍ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ମୃତ ମାଓବାଦୀଙ୍କ ମୁଣ୍ଡ ଉପରେ ୪୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏହା STF, DRG ଏବଂ BSF ର ଏକ ମିଳିତ ଅପରେସନ୍ ଥିଲା।