ଢାକା, ୨୧/୦୭: ପୁଣି ଏକ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି। ଏକ ସ୍କୁଲ ଉପରେ ଖସି ପଡ଼ିଛି ବିମାନ। ବାଂଲାଦେଶର ଢାକାରେ ଏକ ସ୍କୁଲ କ୍ୟାମ୍ପସ ଉପରେ ଖସି ପଡ଼ିଛି ବାୟୁସେନାର ଏକ ତାଲିମ ପ୍ରଦାନକାରୀ ବିମାନ। ବାଂଲାଦେଶ ବାୟୁସେନାର ଟ୍ରେନିଂ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ହୁତୁହୁତୁ ହୋଇ ଜଳି ଉଠିଥିଲା। ଦୁର୍ଘଟଣା ଘଟିବା ସମୟରେ କ୍ୟାମ୍ପସରେ ଅନେକ ଛାତ୍ରଛାତ୍ରୀ ଥିଲେ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି।
Prev Post